'ଟ୍ରକ କୁ ଟ୍ରକ ମହାମୁହିଁ ଡ୍ରାଇଭର ମୃତ - ବୌଦ୍ଧ ନୟାଗଡ଼ ସୀମାନ୍ତ ବାଣୀଗୋଛା ଠାରେ ଟ୍ରକ କୁ ଟ୍ରକ ମୁହାମୁହିଁ ଟ୍ରକ ଡ୍ରାଇଭର ମୃତ ହୋଇଛି . ବିଶେଷ ସୂତ୍ର ରୁ ଜଣାପଡିଛି ଡ୍ରାଇଭର ହେଲେ ହରଭଙ୍ଗା ବ୍ଲକ ବିଶିପାଲୀ ଗ୍ରାମର ରାଜେନ୍ଦ୍ର କୁମାର ପ୍ରଧାନ ୨୯ ବର୍ଷ . ଏକ ବିୟର ବୁଜେଇ ଟ୍ରକ ନେଇ ଭୁବନେଶ୍ୱର ପଟୁ ସମ୍ବଲପୁର ଅଭିମୁଖେ ଯାଉଥିଲା ଅନ୍ୟ ଏକ ଟ୍ରକ ବୌଦ୍ଧ ପଟୁ ସମ୍ବଲପୁର ଅଭିମୁଖେ ଯାଉଥିଲା ଆଜି ତା -୧୮/୦୨/୨୦୨୫ ରିଖ ସକାଳୁ ୪ ଘଣ୍ଟିକା ସମୟରେ ଦୁର୍ଘଟଣା ଘଟିଛିଟ ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛି, ମୃତ ଡ୍ରାଇଭର ପରିବାରକୁ ଆମ ତରଫରୁ ଖବର ଦିଆଯାଇଛି, ମୃତ ଡ୍ରାଇଭର କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନା କୁ ପଠାଯାଇଛି. ଏହି ଜାଗାରେ ବାରମ୍ବାର ଦୁର୍ଘଟଣା ହେଉଛି, ବୁଦ୍ଧିଜୀବୀ ମହଲରେ ଦାବି ଉଠିଛି ଏଠାରେ ଦୁଇ ପାର୍ଶ୍ଵରେ ହୋମୋସ୍ ଦିଆଗଲେ ଦୁର୍ଘଟଣା ଟିକେ କମିବ ବୋଲି ଆଶା ଅଛି.'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS