ପୁରା ଖବର ବିଷୟରେ


ଠିକାଦାର ଓ ବିଭାଗିୟ ଅଧିକାରୀ ଏକ୍ , କେମିତି ଠିକ୍ ହେବ କାମ ?

Feb 17 2025 10:36AM
Posted By: ଖଗେଶ୍ବର ସିଂହ ଙ୍କ ରିପୋର୍ଟ

'ଏ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଡୁମେରପଦର ଠାରୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁଖ୍ୟ ରାସ୍ତା ନିର୍ମାଣ ଅତି ନିମ୍ନମାନର ଅଭିଯୋଗ ହୋଇଛି , ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜନସାଧରଣ ଓ ଯାନବାହନ ଚଳାଚଳ ପାଇ ଉନ୍ନତ ମାନର ରାସ୍ତା ନିର୍ମାଣ କରିବା ପାଇଁ କୋଟିକୋଟି ଟଙ୍କା ର ବ୍ୟୟ ଅଟକଳ ରେ ରାସ୍ତା କାମ ଚାଲିଥିବାବେଳେ ନିର୍ମାଣଧିନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଏନେଇ ବିଭାଗୀୟ ଅଧିକାରୀ ଠିକା ସଂସ୍ଥା କର୍ମଚାରୀ ଙ୍କ ଉପରେ କୌଣସି କାର୍ଯ୍ଯାନୁଷ୍ଠା ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏନେଇ ଆମ ପ୍ରତିନିଧି ବିଭାଗୀୟ ସହକାରୀ ଯନ୍ତ୍ରୀ ଙ୍କ ସହିତ ଯୋଗାଯୋଗ କରିଆସୁଥିଲେ ମଧ୍ୟ ଏହାକୁ ନେଇ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ଆସିଛି। ଏଭଳି ଘଟଣା ଘଟିଛି କାଶୀପୁର ଠାରୁ ଡୁମେରପଦର ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ। ଠିକା ସଂସ୍ଥା ମନମାନି ମରମ ,ଗୋଡି,ମାଟି ମେଟାଲ ପକାଇ ନିମ୍ନମାନର ରାସ୍ତା ନିର୍ମାଣ କରି ପୁଣି ପିଚୁ କାର୍ଯ୍ଯ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ ପିଚୁ ଢାଳି କାର୍ଯ୍ଯ ଶେଷ କରୁଥିବା ବେଳେ ସ୍ଥାନେ ସ୍ଥାନେ ଅଳ୍ପଦିନ ମଧ୍ୟରେ ସେହି ପିଚୁ ଉଠିଯିବା ଅତି ପରିତାପର ବିଷୟ ବୋଲି ଅଞ୍ଚଳରେ ଆଲୋଚନା କରୁଥିବା ଜଣାପଡିଛି। ଏହାକୁ ନେଇ ଅଞ୍ଚଳରେ ରାସ୍ତା ରୋକ କରିବା ପାଇଁ ଦାନାବାନ୍ଧୁ ଥିବା ବେଳେ ବିଭାଗୀୟଅଧିକାରୀ ଜାଣିଶୁଣି ନିରବ ରହିବା କେତେ ଦୂର ଯୁକ୍ତିଯୁକ୍ତ ତାହା ଅଞ୍ଚଳର ଜନସାଧାରଣ ଙ୍କୁ ଆଚମ୍ବିତ କରି ଛି, । କେଉଁ ସ୍ବାର୍ଥରେ ଏହି ରାସ୍ତାନିର୍ମାଣ କର୍ଯ୍ଯରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ରହୁଛନ୍ତି ଏହା ହିଁ ବିଶେଷଭାବରେ ସର୍ବସାଧାରଣ ଙ୍କ ମନରେ ପ୍ରଶ୍ନ ହିଁ ପ୍ରଶ୍ନ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS