'ଭବାନୀପାଟଣା ତା :୧୫/୦୨()ଦିନ ସିଜିମାଳି ପ୍ରଭାବିତ ଥୁଆମୂଳ ରାମପୁର ବ୍ଲକ ର ୨୪ ଗୋଟି ପଞ୍ଚାୟତ ର ପ୍ରାୟ ୩୦୦ ରୁ ଉର୍ଦ୍ଧ ଗ୍ରାମରୁ ପ୍ରାୟ ୧୫,୦୦୦ ହଜାର ରୁ ଉର୍ଦ୍ଧ ଅଞ୍ଚଳ ବାସୀଙ୍କ ବିଶାଳ ସଭାଯାତ୍ରା ସହ ସିଜିମାଳୀ ଖଣି ଖନନ ନିମନ୍ତେ କଳାହାଣ୍ଡି ଜିଲ୍ଲା ପାଳ ଙ୍କୁ ଏକ ଦାବି ପତ୍ର ଦେବାପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚି ଡେପୁଟି ଜିଲ୍ଲାପାଳ ସତ୍ୟନାରାୟଣ ମେହେର ଙ୍କୁ ୧୫,୦୦୦ ରୁ ଉଦ୍ଧ ଲୋକଙ୍କ ଦସ୍ତଖତ ସହ ସିଜିମାଳି ଓ ମୈତ୍ରୀ କମ୍ପାନୀ କୁ ସମର୍ଥନ କରୁଥିବା ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଜନସାଧାରଣ ମାନଙ୍କର ପ୍ରତିକ୍ରିୟା କି ଆମ ଅଞ୍ଚଳରେ ଆଗାମୀ ଦିନରେ ରେ ଯଦି ଖଣି ଖନନ ହେଲେ ଆମ ଅଞ୍ଚଳ ର ଉନ୍ନତି ହେବା ସହ ବେକାରି ସମସ୍ୟା ଦୂରହେବ ଅଥି ସହିତ ଦାଦନ ସମଶ୍ୱା ମଧ୍ୟ ଦୁରି କରଣ ହୋଇ ପାରିବ। ବର୍ତମାନ ସମୟରେ ମାସକୁ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ପରିବାର ସିଧା ସଳଖ ଆର୍ଥିକ, ସ୍ବାସ୍ଥ୍ୟ ସେବା, ଶିକ୍ଷା, ନିଯୁକ୍ତି ଓ ଧାର୍ମିକ କ୍ଷେତ୍ର ରେ ପ୍ରାୟ ୪୫ ରୁ ଉର୍ଦ୍ଧ ଆମ ଅଞ୍ଚଳରେ ମନ୍ଦିର ନିର୍ମାଣ କରାଯାଉଛି ଓ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ମୈତ୍ରୀ କମ୍ପାନୀ ତରଫରୁ କରାଯାଉଛି । ସିଜିମାଳି ଖଣି ଖନନ ଯଥାଶୀଘ୍ର ଆରମ୍ଭ କରାଯାଉ, ଆଉ କିଛି ବାହାରିଆ ଲୋକ ଆସି ନିରୀହ ଆଦିବାସୀ ଲୋକ ମାନଙ୍କୁ ତାଙ୍କ ସ୍ବାର୍ଥ ପାଇଁ କମ୍ପାନୀ କୁ ବିରୋଧ କରିବାକୁ ଉସ୍କାଉ ଛନ୍ତି ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS