ପୁରା ଖବର ବିଷୟରେ


ଜୁନାଗଡ଼ ମହୋତ୍ସବ ଉଦ୍‌ଘାଟିତ

Feb 15 2025 11:41AM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ଭବାନୀପାଟଣା ତା ୧୫/୦୨() କଳାହାଣ୍ଡି ଜିଲ୍ଲାର ପୁରାତନ ରାଜଧାନୀ ଜୁନାଗଡ଼ ହେଉଛି କିମ୍ବଦନ୍ତୀ ଗଡ଼, ଐତିହାସିକ କୀର୍ତି ରାଜିର ଗଡ। ହଜାରେ ବର୍ଷର ସହର ମାଁ ଲକେଶ୍ଵରୀ ମାଟିରେ ଅନେକ ପୁରୁଣା ସଂସ୍କୃତି, ସଭ୍ୟତା, ଐତିହ୍ୟ, ପରମ୍ପରା ଲୁକ୍କାୟିତ ଭାବେ ରହିଛି । ଏହାର ପୁନରୁଦ୍ଧାର ପାଇଁ ଜୁନାଗଡ଼ ମହୋତ୍ସବ ଏକ ବଳିଷ୍ଠ ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଆଜି ଏକ ବଣ୍ଡାଢ୍ୟ ପରିବେଶରେ ଜୁନାଗଡ଼ ମହୋତ୍ସବ ଉଦ୍‌ଘାଟିତ ହୋଇଛି। ଏହି ଉତ୍ସବ ଟି ଆଜି ଠାରୁ ଆରମ୍ଭ ହୋଇ ଥିବା ବେଳ ଏହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଉତ୍ସବକୁ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ଆଜି ସକାଲରେ ମାଁ ଲଙ୍କେଶ୍ଵରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ମଶାଲ ସାଂସ୍କୃତିକ ଶୋଭାଯାତ୍ରା ସାପ୍ତାହିକ ବଜାରଠାରୁ ଆରମ୍ଭ ହୋଇଥିଲା। ଏଥିରେ ବହୁ ଜନସାଧାରଣ ସହିତ ଘୁମୁରା ଦଳ, ସଂକୀର୍ତ୍ତନ ଦଳ, ଢାପନାଚ ଓ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉତ୍ସବ ପଡିଆକୁ ନିଆଯାଇଥିଲା। ଏହି ଅବସରରେ ଉତ୍ସବରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓଙ୍କ ପିତା ସ୍ୱର୍ଗତ ମହାରାଜା ଉଦିତ ଦେଓଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ମହୋତ୍ସବ କମିଟି ସଭାପତି ଦୁର୍ଗାପ୍ରସାଦ ନାଏକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ସମ୍ପାଦକୀୟ ଅଭିବ୍ୟକ୍ତ ପ୍ରଦାନ କରିଥିଲେ। କର୍ତ୍ତବ୍ୟର ମୁଖ୍ୟ ଅଶୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘୋଷକ ବିନୟ ସାହୁ ଓ ଅଧ୍ୟାପକ ବିଶ୍ଵରଞ୍ଜନ ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଜୁନାଗଡ଼ର କଳାକାର ମାନଙ୍କ ଦ୍ଵାରା ନିର୍ମିତ ପ୍ରତାପ କେଶରୀ ଦେଓଙ୍କ ପ୍ରତିମୂର୍ତିକୁ କଳାହାଣ୍ଡି ମହାରାଜ ଉଦଘାଟନ କରିଥିଲେ। ମାଁ ଲଙ୍କେଶ୍ଵରୀ ମନ୍ଦିର ନିକଟସ୍ଥ ବୁଢ଼ାରଜା ମଞ୍ଚରେ ଶିଶୁ ବିଚିତ୍ରା କାର୍ଯ୍ୟକ୍ରମ ହୋଇଥିଲା। ଉଦଘାଟନୀ ଉତ୍ସବର ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାର ପ୍ରକାଶ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ, ଜିଲ୍ଲା ସଂସ୍କୃତି ଅଧୀକାରୀ ବିବେକାନନ୍ଦ ମହାନନ୍ଦ, କେସିଲା କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ, ମହୋତ୍ସବ କମିଟିର ସମ୍ପାଦକ ଶ୍ରୀ ହିମାଂଶୁ ବରାଡ଼ ପ୍ରମୁଖ ଉଦ‌ବୋଧନ ଦେଇଥିଲେ । ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଅଭିନନ୍ଦା ଆଚାର୍ଯ୍ୟ ଓ ଅଧ୍ୟାପକ ବିଶ୍ଵରଞ୍ଜନ ବେହେରା ମଞ୍ଚ ପରିଚଳନା କରିଥିଲେ । ଏହି ଉପଲକ୍ଷେ କବି ମନୋଜ ମେହେରଙ୍କ କଳାହାଣ୍ଡିଆ ସଂଙ୍କଳନ ବହି ମନ୍ ପରଜାପତି ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ କଳାବିକାଶ କେନ୍ଦ୍ରର ଓଡିଶୀ, ଭବାନୀପାଟଣା ସଂସ୍କୃତିର ଘୁଡକା, ମୟୂରୀ ଅନୁଷ୍ଠାନ ବଜାଶାଲ, କୋରାପୁଟର ଢେମସା, ସୁଦରଗତର ସାନ୍ତଲି, ଟିଟିଲାଗଡ଼ର ଡାଲଖାଇ, ଆସାମର ଵିହୁ, ଭବାନୀପାଟଣା ନୃତ୍ୟକଳା ଅନୁଷ୍ଠାନର ବଜାଶାଲ, ବରଗଡ଼ର ଦୁଲଦୁଲି, କେସିଙ୍ଗାର ବଜାଶାଲ, ଭବାନୀପାଟଣା ନୁପୁର ଅନୁଷ୍ଠାନର ବଜାସଲ ଦର୍ଶକଙ୍କୁ ବିମୋହିତ କରିଥିଲେ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS