ପୁରା ଖବର ବିଷୟରେ


ଡ଼ଙ୍ଗରିଆ କନ୍ଧଙ୍କ ଶାଲର ପୁନରୁଦ୍ଧାର ପାଇଁ ଜିଲ୍ଲା ମୁଖ୍ୟ ଭନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧୁକାରୀ, ଜିଲ୍ଲା ପରିଷଦରାୟଗଡ ଙ୍କ ବିଷମକଟକ ବ୍ଲକ ପରିଦର୍ଶନ

Feb 14 2025 9:58PM
Posted By: ଦିଲୀପ କୁମାର ପଢିଆରୀଙ୍କ ରିପୋର୍ଟ

'ରାୟଗଡ଼ ଜିଲ୍ଲା ମୁଖ୍ୟ ଭନ୍ନୟନ ଅଧୁକାରୀ ତଥା ନିର୍ବାହୀ ଅଧୂକାରୀ, ଜିଲ୍ଲା ପରିଷଦ ରାୟଗଡ ଆଜି ବିଷମକଟକ ଗସ୍ତରେ ଆସି ଡ଼ଙ୍ଗରିଆ କନ୍ଧ ଭନ୍ନୟନ ସଂସ୍ଥା କାର୍ଯ୍ୟାଳୟ, ଚାଟିକୋଣାରେ ପହଞ୍ଚିଥିଲେ। ସେଠାରେ ସେ ସ୍ବତନ୍ତ୍ର ଅଧିକାରୀ, ଢ଼ଙ୍ଗରିଆ କନ୍ଧ ଭନ୍ନୟନ ସଂସ୍ଥା, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ, ଓଡ଼ିଶା ଜୀବିକା ମିଶନ, ରାଜ୍ୟ ଓଡ଼ିଶା ମିଶନର ଅକାରୀ ଶ୍ରୀମତୀ ଆରତୀ ମହାପାତ୍ର ଏବଂ ଅନ୍ୟାନ୍ୟ ଅକାରୀମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ବିଲୁପ୍ତ ହେବାକୁ ବସିଥିବା ଢ଼ଙ୍ଗରିଆ ଶାଲର ପୁନରୁଦ୍ଧାର ପାଇଁ ଯେପରିକି ଏହା ନିଜର ସ୍ବତନ୍ତ୍ରତା ଓ ଗୁଣବତ୍ତା ବଜାୟ ରଖିବା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏହାପରେ ସେ କୁର୍ଲି ପଞ୍ଚାୟତର ଖମ୍ବେଶୀ ଗ୍ରାମକୁ ଯାଇ ଢ଼ଙ୍ଗରିଆ ମହିଳାମାନଙ୍କ ଦ୍ବାରା ବୁଣାଯାଇଥିବା ଢ଼ଙ୍ଗରିଆ ଶାଲର କାର୍ଯ୍ୟ ତଦାରଖ କରିଥିଲେ । ଏହାପରେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ଛାତ୍ରଛାତ୍ରୀମାନେ ବାହାରେ ପରିଶ୍ରା କରୁଥିବା ଦେଖ୍ ପ୍ରଧାନଶିକ୍ଷକଙ୍କୁ ତାଗିଦ କରିଥିଲେ। ଏହାପରେ ସେହି ଗ୍ରାମରେ ଥିବା ଢ଼ଙ୍ଗରିଆ କନ୍ଧ ଭନ୍ନୟନ ସଂସ୍ଥା ଦ୍ବାରା ପରିଚାଳିତ ଶିଶୁସଦନ ପରିଦର୍ଶନ କରିଥିଲେ । କୂଲୀ ପଞ୍ଚାୟତ ପରିଦର୍ଶନ ପରେ ଝିଗିଡ଼ି ପଞ୍ଚାୟତକୁ ଗସ୍ତ କରିଥିଲେ ଏବଂ ସେଠାରେ ନୂତନ ଭାବରେ ନିର୍ମାଣ ହେଉଥ‌ିବା ଶିଶୁ ପ୍ରମୋଦ ଉଦ୍ୟାନକୁ ଦେଖ୍ ସନ୍ତୁଷ୍ଟି ବ୍ୟକ୍ତ କରିଥିଲେ। ଏହାପରେ ସେହି ଗ୍ରାମରେ ବା ପିତ୍ତଳ କାରିଗରୀ(ଢୋଗ୍ରା କାରିଗରୀ)କାର୍ଯ୍ୟକୁ ଦେଖୁଥିଲେ ଏବଂ ସେହି କାରିଗରମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଗୃହ ନିର୍ମାଣ କରିଦେବା ପାଇଁ ଗୋଷ୍ଠୀ ଭନ୍ନୟନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ I'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS