'ଭବାନୀପାଟଣା ତା:୧୪/୦୨()କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ୱାର୍ଡ ନ୧ ସାହୁ ପଡ଼ା ଠାରେ ଗତ ୧୨ ତାରିଖରୁ ଆରମ୍ଭ ହୋଇ ଥିବା ଷୋହଳ ପ୍ରହର ନାମଯଜ୍ଞ ଶୁକ୍ରବାର ଦିନ ପୂର୍ଣ୍ଣାହୁତି ହେଇଛି।ଦୁଇ ଦିନ ଧରି ଜିଲ୍ଲାର ୧୩ ଟି ପ୍ରମୁଖ ନାମଯଜ୍ଞ ଦଳ ସମେତ ମହିଳା ନାମଯଜ୍ଞ ଦଳ ରେ କମ୍ପି ଉଠିଥିଲା ସହୁପଡ଼ାର ରାଧାକୃଷ୍ଣ ମନ୍ଦିର ପରିସର।ଦୁଇ ଦିନ ଧରି ମୁକ୍ତ ପ୍ରସାଦ ସେବନ ବ୍ୟବସ୍ଥା ସାଙ୍ଗକୁ ଆକର୍ଷଣୀୟ ତୋରଣ ଓ ଆଲୋକ ସାଜସଜ୍ଜା ଉପସ୍ଥିତ ଭକ୍ତ ବୃନ୍ଦଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଚଳିତ ବର୍ଷ କର୍ତ୍ତା ଭାବରେ ଛବିଲାଲ ସାହୁ ଓ ତାଙ୍କର ଧର୍ମପତ୍ନୀ ଜାନକୀ ସାହୁ ଦାଇତ୍ୱ ବହନ କରିଥିବା ବେଳେ ପୂଜା ପାଠ ର ଗୁରୁ ଦାଇତ୍ୱ ବହନ କରିଥିଲେ ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, କିଶୋର ଚନ୍ଦ୍ର ମୁନି ଓ ଧ୍ରୁବ ପାଣିଗ୍ରାହୀ। ସେହିପରି ସଭାପତି ଭାବରେ ପ୍ରମୋଦ ସାହୁ, ସମ୍ପାଦକ ଭାବେ ଡିଲର ସାହୁ ଓ କୋଷାଧ୍ୟକ୍ଷ ଭାବରେ ମୁରଲୀ ସାହୁ,ରଞ୍ଜନ ବେହେରା ଓ ନିମାଇ ସ୍ୱାଇଁ ନିଜନିଜ ଦାଇତ୍ୱ ସମ୍ପନ୍ନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅର୍ଜୁନ ସାହୁ, ଜିବର୍ଧନ ସାହୁ, ପ୍ରଧାନି ସାହୁ, ଗୁରୁ ସାହୁ, ଭାରତ ସାହୁ, ଧର୍ମୁ ସାହୁ, ଗୋପୀନାଥ ସାହୁ ଓ କୁମର ସାହୁ ପ୍ରମୁଖ ଉପସ୍ଥିତ ରହି ନାମ ଯଜ୍ଞରେ ସହଯୋଗ କରିଥିଲେ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS