ପୁରା ଖବର ବିଷୟରେ


ପୁଣି ଲାଗିଲା ସକଟା ଗ୍ରାମ ଛକ ନିକଟରେ ମାଓ ପୋଷ୍ଟର ଓ ବ୍ୟାନର।

Feb 13 2025 9:56PM
Posted By: ବ୍ୟୁରୋ ରିପୋର୍ଟ

'ରାୟଗଡା ଜିଲ୍ଲା ମୁନିଗୁଡ଼ା ଥାନା ଅର୍ନ୍ତଗତ ମୁନିଖୋଲ ପଞ୍ଚାୟତ ର ସକଟା ଗ୍ରାମ ଛକ ନିକଟରେ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲାଗି ଥିବା ଦେଖିବାକୁ ମିଳିଛି । ଏହି ମାଓବାଦୀଙ୍କ  ପୋଷ୍ଟର ରେ, ସଂଘ-ଭାଜପା ସରକାରର ଦମନ ଅଭିଯାନ , ଅପୋରେସନ କଗାର,ଓ କୁଲ୍ହାଢି ଘାଟି କୁର ନରସଂହାର ବିରୋଧ ରେ ଫେବୃଆରୀ 6 ରୁ 12 ପର୍ଯ୍ୟନ୍ତ ଦମନ ବିରୋଧରେ ପ୍ରଚାର ଅଭିଯାନ ଚଳାନ୍ତୁ, ଫେବୃଆରୀ 13 କୁ ଓଡିଶା ବନ୍ଦ ତଳେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜଯପତି, ଜିଲ୍ଲା ରେ ଡିଭିଜନ ବନ୍ଧ କୁ ସଫଳ କରନ୍ତୁ। ବୋଲି ଲେଖାରେ ଉଲ୍ଲେଖ ରହିଅଛି। ସକଟା ଗାଁ ଛକ, ଠାରେ ପୋଷ୍ଟର ଓ ବ୍ୟାନର ଲାଗିଥିବା ବେଳେ ଭାଲିଆପଦର ,ସକଟା ନ୍ୟିୟୁହୋପ୍  ନିକଟରେ , ଏଭଳି ତିନି ଯାଗାରେ ଲାଗିଥିବା ଦେଖି ବାକୁ ମିଳିଛି। ଦେଶୀ ବିଦେଶୀ ବଡ଼ବଡ଼ିଆ କର୍ପୋରେଟର କମ୍ପାନୀ ମନମୁଖୀ ସଷୋଣ ପାଇଁ ମାଓବାଦୀ ପାଟି ଉପରେ ଭାଜପା ସରକାର ର ଘୃଣ୍ୟ ଅପରେସନ କଗାର ଦମନ ଅଭିଯାନ କୁ ବିରୋଧର କର । ରାଜ୍ୟ ଓ ଦେଶର ବିକାଶ ନାମରେ ଦେଶର ଜଳ ଜମି ଜଙ୍ଗଲ ବିଭିନ୍ନ ଖଣି ଓ ପ୍ରାକୃତିକ ସଂପତ୍ତି କୁ ସାଗ ମାଛ ଦରରେ ବିକିବା ବନ୍ଦ୍ କର। ଭାଜପା ସରକାର ର ରଣନୀତି କୁ ଆକ୍ରମଣ ଅପରେସନ କଗାର ମୁର୍ଦ୍ଧାବାଦ୍। ଓଡ଼ିଶା ଛତିଶଗଡ ସିମା କୁଲ୍ହଢି ଘାଟରେ ପୋଲିସ ଦ୍ବାରା ଆମର ଏକ କେନ୍ଦ୍ରୀୟ କମିଟି ସଦସ୍ୟ । ୨ ରାଜ୍ୟ କମିଟି ସଦସ୍ୟ ସହ ୧୬ ସାଥି ନରସଂହାର କୁ ବିରୋଧ କରନ୍ତୁ। ଡି.କେ.ବି.ଜେ. ଓଡ଼ିଶା , ମହାରାଷ୍ଟ୍ର , ତେଲେଙ୍ଗାନା, ଆଦି ରାଜ୍ୟ ରେ ସରକାର ଦମନ ଓ ନରସଂହାର କୁ ନିନ୍ଦା କରନ୍ତୁ। ଡି.କେ.ବି.ଜେ ମହାରାଷ୍ଟ୍ର , ଓଡ଼ିଶା ଏ.ଓ.ବି. ତେଲେଙ୍ଗାନା ଆଦି ର ତମାମ ଅମର ସହିଦ୍ ଙ୍କୁ ଲାଲ୍ ସଲାମ। ଦେଶର ସର୍ବ ସାଧାରଣ ସଂସ୍ଥା , ସ୍କୁଲ , ମେଡିକାଲ , ବନ୍ଦର , ରେଳ , ଯାହାଜ, ବ୍ଯାଙ୍କ ସହ ଶିଳ୍ପ କୁ ପ୍ରାଇଭେଟ୍ କରଣ କରିବା ବନ୍ଦ୍ କର। ବହୁ ରାଷ୍ଟ୍ରୀୟ କମ୍ପାନୀ ଙ୍କ ଲୁଟ୍ କୁ ସୁଗମ କରିବା ଦିଗରେ ଦେଶ କୁ ହିନ୍ଦୁ ରାଷ୍ଟ୍ର ବନାଇବା ପାଇଁ ମାଓବାଦୀ ପାର୍ଟି ଭାଜପା ସରକାର ଦମନ ବନ୍ଦ୍ କର। ଗରିବ , କୃଷକ ଶ୍ରମିକ ଅଳ୍ପ ସଂଖ୍ୟକ ଆଦିବାସୀ, ଦଳିତ , ମହିଳା ବିରୋଧି ମୋଦୀ ମୁର୍ଦାବାଦ୍। ମାଓବାଦୀ , ମାଓବାଦୀ ସମର୍ଥକ , ସହାୟକ ନାମରେ ନିନ୍ଦା ଦେଇ ସାଧାରଣ ଜନତାଙ୍କୁ ହତ୍ୟା କରିବା , ଗିରଫ କରିବା ଅତ୍ୟାଚାର କରିବା ବନ୍ଦ୍ କର। ମାଲକାନଗିରି ର ଜିନଲଗୁଡା ପାଖରେ ସୁନାମ ଏଙ୍କା ନାମକ ଆଦିବାସୀ ଚାଷୀ ର ନିର୍ମମ ହତ୍ୟା କୁ ଘୃଣା କରନ୍ତୁ। ଜନ ଆନ୍ଦୋଳନ , ଜନ ଯୁଦ୍ଧକୁ ତେଜ କରିବା, ଅପରେସନ "କଗାର" କୁ ହରାଇବା । ହିନ୍ଦୁତ୍ୱ ଫାଶୀ ବାଦକୁ ହରାଇବା , ଦେଶକୁ ବଞ୍ଚାଇବା। ଦେଶୀ ବିଦେଶୀ କମ୍ପାନୀଙ୍କ ଲୁଟ୍ ପାଇଁ ଖଣିଜ , ପ୍ରାକୃତିକ ସଂପତ୍ତି ଭରା ଆଦିବାସୀ ଅଞ୍ଚଳକୁ ଆଦିବାସୀ ଙ୍କ ବିରୋଧୀ ଆଦିବାସୀ ମୁଖ୍ୟମନ୍ତ୍ରୀ ମହୋନ ମାଝୀ । ବିଷ୍ବଣ ଦେବ୍ ସାଏ ମୁର୍ଦ୍ଧାବାଦ୍ । କୁଲ୍ହାଢି ଘାଟି ସହିଦଙ୍କ । ଦାସରୁ ସୁନିଲ୍ , ସନ୍ତୁ, ସଞ୍ଜୁ , ଆଶୁ, ରୁସନ, ପାର୍ବତୀ , ଅରୁନ, ଜଗୁ ଆଦିଙ୍କୁ ଲାଲ୍ ସଲାମ ସହିଦଙ୍କ ରକ୍ତ ବ୍ୟର୍ଥ । ସହିଦ ରକ୍ତରେ ଅସଂଖ୍ୟ ବିଳ୍ପବି ଜନ୍ମ ନେବେ। ସରକାର ନିଷ୍ଠୁର କଗାର ଦମନ ଅଭିଯାନ ମାଓବାଦ ଆନ୍ଦୋଳନ କୁ ଦଂଶ କରିପାରିବ ନାହିଁ। ବିକଶିତ ଓଡ଼ିଶା , ଉତ୍କର୍ଷ ଓଡ଼ିଶା , ମେକ ଇନ ଓଡ଼ିଶା ନାମ ରେ ଓଡ଼ିଶାର ସମସ୍ତ ଖଣି , ପାଳ ମାଟି, ଜଳ, ଜଙ୍ଗଲ , ଶ୍ରମକୁ ଶାଗ ମାଛ ଦରରେ ବିକିବା ବନ୍ଦ୍ କର। କମ୍ପାନୀ ମାନଙ୍କ ସଙ୍ଗେ କରିବା MOU ବାତିଲ କର। ଓଡ଼ିଶାରେ ସିଜୁମାଳି, କୁଟ୍ରୁମିଲି , ଗନ୍ଧମାର୍ଦନ, ନିୟମଗିରି , କଣ୍ ଡୁଆଲମାଲି , ମାଳି ପର୍ବତ ଆଦି ଆଦିକୁ କମ୍ପାନୀ ମାନଙ୍କ ସଙ୍ଗେ କରିବା ଏମ୍. ଓ. ୟୁ କୁ ବାତିଲ କର। ସିଜୁମାଳି, କୁଟ୍ରୁମିଲି, ନିୟମଗିରି, କଣ୍ ଡୁଆଲମାଲି, ଆଦି ଜନ ଆନ୍ଦୋଳନ କାରି ଜନତାଙ୍କ ଉପରେ ଦମନ କରିବା ବନ୍ଦ୍ କର। ବୋଲି ବାଘୁନା ଡିଭିଜନାଲ୍ କମିଟି ସି.ପି.ଆଇ ମାଓବାଦୀ ନାମରେ ପୋଷ୍ଟର ମଧ୍ୟମରେ ଲେଖା ହୋଇଥିବା ଏକ ଗଛରେ ମରା ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ମୁନିଗୁଡ଼ା ପୋଲିସ ବେନର ଓ ପୋଷ୍ଟର ଲାଗିଥିବା ଯାଗାରେ ପହଞ୍ଚି ବେନର ପୋଷ୍ଟର କୁ ଜବତ କରିଛି।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS