'ଭବାନୀପାଟଣା ତା : ୧୨/୦୨()ଦୀର୍ଘ ୭ ମାସ ପିସିସି ମୁଖିଆ ପଦ ଖାଲି ରହିବା ପରେ ମଙ୍ଗଳବାର ଏଆଇସିସି କର୍ତ୍ତୃପକ୍ଷ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓଡ଼ିଶା ପିସିସି ସଭାପତି ରୂପେ ନିଯୁକ୍ତି ଦେଇଛନ୍ତି। ତାଙ୍କ ନିଯୁକ୍ତି ଖବର ପାଇ ବହୁ କଂଗ୍ରେସ ନେତା ଓ କର୍ମୀ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ପହଞ୍ଚି ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭକ୍ତ ଦାସ ଭବାନୀପାଟଣା ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ୧୯୮୫ ମସିହାରେ ଜନତା ଦଳ ପ୍ରାର୍ଥ ରୂପେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୮୯, ୧୯୯୬ ଓ ୨୦୦୯ ରେ ୩ ଥର କଳାହାଣ୍ଡି । ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଶ୍ରୀ ଦାସ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ୧୯୯୦ରୁ ୧୯୯୧ ପର୍ଯ୍ୟନ୍ତ ସେ ରେଳ ରାଷ୍ଟ୍ରମନ୍ତ୍ରୀ ରହିଥିଲେ।ତେବେ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ଏହି ଆ ଆସନରୁ ପରାସ୍ତ ହୋଇଥିଲେ ।୨୦୨୪ ସାଧାରଣ ନିର୍ବାଚନରେ ସେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ହେଁ ପରାଜୟର ସମ୍ମୁଖୀନ ହୋଇଥିଲେ। ଗତ ନିର୍ବାଚନରେ ତାଙ୍କ ପୁଅ ସାଗର ଚରଣ ଦାସ ଭବାନୀପାଟଣା ରେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଆସନରୁ କଂଗ୍ରେସ ଟିକେଟରେ ସମସ୍ତଙ୍କୁ ସାଥୀରେ ନେଇ କାମ କରିବି ପ୍ରଚାର ୭୭ ବର୍ଷୀୟ ଶ୍ରୀ ଦାସଙ୍କୁ ଶ୍ରୀ ଦାସଙ୍କୁ ଗତ ସାଧାରଣ ନିର୍ବାଚନ ବେଳେ । ଓଡ଼ିଶା ପ୍ରଦେଶ କଂଗ୍ରେସର ଭକ୍ତ ଦାସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭାବେ କମିଟି ଅଧ୍ଯକ୍ଷ ଭାବେ ଦାୟିତ୍ବ ଦିଆଯାଇଥିଲା I ଭକ୍ତଦାସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭାବେ ଏଆଇସିସି ସାଧାରଣ ସମ୍ପାଦକ ଓ ବିହାର, ମଣିପୂର୍ ଅଭିଜ୍ଞତା ରଖୁଥିବା ବେଳେ ପୂର୍ବରୁ ସେ ମଣିପୁର ଏବଂ ମିଜୋରାମର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ପିସିସି ସଭାପତି ରୂପେ ନିଯୁକ୍ତି ମିଳିବା ପରେ ଭକ୍ତ ଦାସ କହିଛନ୍ତି ଯେ ଓଡ଼ିଶାରେ ରେ କଂଗ୍ରେସକୁ ତିଆରି କରିବା ପାଇଁ ତାଙ୍କର ଇଚ୍ଛା ଥିଲା I ଦଳ ବିଶ୍ବାସ କରି ତାଙ୍କୁ ଏହି ଦାୟିତ୍ବ ଦେଇଛି। ଏଥିପାଇଁ ସେ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ୍ ଖଡଗେଙ୍କ ନିକଟରେ କୃତଜ୍ଞ। ଅତୀତରେ ସେ ସମସ୍ତଙ୍କ ସହଯୋଗ ଓ ସଦିଚ୍ଛାରେ ସମସ୍ତଙ୍କୁ ନେଇ କାମ କରିଛନ୍ତି I ଆଗାମୀ ଦିନରେ ମଧ୍ୟ ସେ ସମସ୍ତଙ୍କୁ ସାଙ୍ଗରେ ନେଇ କଠିନ ପରିଶ୍ରମ କରିବେ । ସମସ୍ତଙ୍କ ସମ୍ମାନର ସୁରକ୍ଷା କରିବା ତାଙ୍କର କର୍ତ୍ତବ୍ୟ ହେବ । କଂଗ୍ରେସ ଦଳକୁ ତିଆରି କରିବା ତାଙ୍କ ପାଇଁ କର୍ତ୍ତବ୍ୟ । ଗାନ୍ଧୀବାଦୀ ଚରିତ୍ରରେ ଅହିଂସାତ୍ମକ ପନ୍ଥାକୁ ଆପଣାଇ ଆଗାମୀ ଦିନରେ ବ୍ୟାପକ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି । ପିସିସି ସଭାପତି ହେବେ ପରେ ତାଙ୍କ ସମର୍ଥକମାନେ କେସିଙ୍ଗା ଦୁର୍ଗା ମଣ୍ଡପ ଛକରେ ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନେଇଥିଲେ । ଏଥିରେ ପୂର୍ବତନ ନଗରପାଳ ରାମକୁମାର ଜୈନ, ଟାଉନ ସଭାପତି ସୁବାସ ଜୈନ, କୈଳାସ ଅଗ୍ରୱାଲ, ପୂର୍ବ ନଗରପାଳ ରାମଜି ମାଡଖଣ୍ଡିଆ, ପୂର୍ବ ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଲାଲ ସୁନାନୀ, ପୂର୍ବ କାଉନସିଲର ବିଜୟ ଦୀପ, ବ୍ଳକ ସଭାପତି ରାହାସ ସାହୁ, ପ୍ରସନ୍ନ ମହାନ୍ତି, ବିନୋଦ ଜୈନ ପ୍ରମୁଖ ସାମିଲ ଥିଲେ ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS