'ଭବାନୀପାଟଣା ତା:୦୯/୦୨() ରବିବାର ଦିନ ସକାଳ ୬ ଟା ସମୟରେ ଉଦେପୁର ସ୍କୁଲ ରୁ ଭବାନୀପାଟଣା କଲେଜ ପଡିଆ ପର୍ଯ୍ୟନ୍ତ ଏକ ମାରାଥନ ଅନୁଷ୍ଠିତ ହୋଇଥିଲା । ଏହି ଖେଳ ମେଳା ୬-୧୨ ଫେବୃଆରୀ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥୁରେ ବିଭିନ୍ନ ପ୍ରତିଯୋଗିତା ଯଥା କ୍ରିକେଟ, ମାରାଥନ, ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ ହେବ । ବିଧାୟକ ସାଗର ଚରଣ ଦାସ ଙ୍କ ତତ୍ୱାବଧାନରେ ମାଁ ମାଣିକେଶ୍ୱରୀଙ୍କର୍ ଆଶୀର୍ବାଦ୍ ନେଇକରି ଖେଲ୍ ମେଲା ୨୦୨୫ ଆରମ୍ଭ ହୋଇଥିଲା। କଳାହାଣ୍ଡିର୍ ଚାଷୀ, ଯୁବ ସମାଜ୍ ଆଉ ନାରୀମାନଙ୍କ ର ଲାଗି କ୍ରୀଡ଼ା ମାଧ୍ୟମରେ କଳାହାଣ୍ଡିର ସମସ୍ତଙ୍କ ଭିତରେ ଏକତା ଆଣିବାର ଲାଗି ଏହା ଏକ ପ୍ରୟାସ । ଯୁବ ବର୍ଗ ଏଥୁରେ ସାମିଲ ହୋଇ ବହୁତ ଉତ୍ସାହିତ ଓ ଆନନ୍ଦ ହୋଇଥିଲେ । ଏହି ମାରାଥନ କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀମାନ ସାଗର ଚରଣ ଦାସ, ମୋହମ୍ମଦ ସାହେବ, ଧନୁ ଗହୀର ଏବଂ କଂଗ୍ରେସ ଦଳ ର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କଲେଜ ର କର୍ମକର୍ତ୍ତା, ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ପ୍ରାରମ୍ଭିକ ବିଧାୟକଙ୍କ ନାଲି ରିବନ କଟି ଏହାର ଶୁଭ ଉଦଘାଟନ କରିଥିଲେ । ଏହି ମାରାଥନ ୮ କିଲୋମିଟର ପର୍ଯ୍ୟନ୍ତ ଦୌଡ଼ ହୋଇଥିଲା । ଏଥିରେ ବିଭିନ୍ନ ବର୍ଗର କଲେଜ, ସ୍କୁଲ, ଏକାଡେମୀ, ରୁ ଆସିଥିବା ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ଏବଂ ସ୍ଥାନୀୟ ପିଲା ଝିଅ ପ୍ରତିଯୋଗିତା ରେ ସାମିଲ ହୋଇ ଉତ୍ସାହିତ ହୋଇଥିଲେ। ମହିଳା ସଶକ୍ତିକରଣ ଦିଗରେ ଏକ ଉଦ୍ଧାରଣ । ଏହି ମାରାଥନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ। ପ୍ରଥମ ହୋଇଥିବା ପ୍ରତିଯୋଗୀ କୁ ୨୫୦୦୦ ଧନ ରାଶି, ଦ୍ବତୀୟ ହୋଇଥିବା ପ୍ରତିଯୋଗୀ କୁ ୧୫୦୦୦, ଏବଂ ତୃତୀୟ ପ୍ରତିଯୋଗୀ କୁ ୫୦୦୦ ଦେୟ ରାଶି ଶ୍ରୀମାନ ସାଗର ଚରଣ ଦାସ ମଞ୍ଚ ଉପରେ ପ୍ରଦାନ କରିଥିଲେ। ଏହି କ୍ରୀଡା ଉତ୍ସବ ସୁପରିଚାଳନା ପାଇଁ ଦୁଇଜଣ କ୍ରୀଡା ଶିକ୍ଷକ ସହଯୋଗ କରିଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୋହମ୍ମଦ ସାହେବ ମଞ୍ଚ ପରିଚାଳନା କରି ଥିଲେ । ସମସ୍ତ ପ୍ରତିଯୋଗୀ ଙ୍କୁ ସାର୍ଟିଫିକଟ ସହିତ ମଞ୍ଚ ରେ ସମ୍ମାନିତ କରାଗଲା ଆଗାମୀ ଦିନରେ ଏହି ସବୁ କାର୍ଯ୍ୟକ୍ରମ କୁ ଆଉରି ଅଧିକ ମାତ୍ରାରେ ପ୍ରୋହସନ ଦିଆଯିବ ବୋଳି ବିଧାୟକ ସୂଚନା ଦେଇଥିଲେ। କଂଗ୍ରେସ ବିଭିନ୍ନ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS