'କେସିଙ୍ଗା ତା:୦୯/୦୨() କେସିଙ୍ଗା ସହର ବୋରିଙ୍ଗ ପଦର ସ୍ଥିତ ନିୟୁଲାଇଫ ଏକାଡେମୀ ରେ ଏକାଡେମୀ ର ନିର୍ଦେଶକ ଡା.ସିଆନୀ ହରପାଳ ଙ୍କ ସଭାପତିତ୍ୱ ରେ ଶନିବାର ୨୦ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଥମେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇଥିଲା ପରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ କୁ ଆରମ୍ବ କରାଯାଇଥିଲା। ଛାତ୍ରଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ ଏବଂ ଅଭିଭାବକ ଙ୍କୁ ଉତ୍ସାହିତ ପାଇଁ ଉପସ୍ଥିତ ଥିବା ଅତିଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ନିୟୁଲାଇଫ ଏକାଡେମୀ ର ନିର୍ଦେଶକ ଡା.ସିଆନୀ ହରପାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା କ୍ଲଷ୍ଟର ସିଆରସି ଚନ୍ଦ୍ରଧ୍ୱଜ୍ଵ ନାଗ ଯୋଗ ଦେଇଥିଲେ। ପ୍ରଫୁଲ୍ଲ ବାରିକ, ସ୍କୁଲ ଅଧ୍ୟକ୍ଷ ସୁଫଳା ହରପାଳ, ପ୍ରିନ୍ସପାଲ ସାଗରିକା ଚେଟି , ଭାଇସ ପ୍ରିନ୍ସପାଲ ଦୀପାଞ୍ଜଳି ତାଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତିତ୍ୱ ଛାତ୍ରଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଏଥିରେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS