'( ଛତିଶଗଡ କୁ ହରାଇ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ଚାମ୍ପିଅନ) ଭବାନୀପାଟଣା ତା:୮/୨() ଗତ ଫେବୃଆରୀ ୧ ତାରିଖରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ମିନି ଷ୍ଟାଡିୟମରେ କେସିଙ୍ଗା ରେ କେ ଏ ସି ଏ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଇତି ମଧ୍ୟରେ ଉଦଯାପିତ ହୋଇଯାଇଛି । ଦୀର୍ଘ ୮ ଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ ଫୁଟବଲ ମହାକୁଂଭ ରେ ସମଗ୍ର ଭାରତ ବର୍ଷ ରୁ ବଛା ବଛା ୮ ଦଳ ଭାଗ ନେଇଥିଲେ।ଶେଷରେ ଫାଇନାଲ ଖେଳ ରେ ଶନିବାର ଦିନ ବଲାଙ୍ଗୀର ସ୍ପୋର୍ଟସ ହଷ୍ଟେଲ ସୁଦୂର ଛତିଶଗଡ ର ଜଗଦଲପୁର ଦଳ କୁ ଏକ ରୋମାଞ୍ଚକର ମ୍ୟାଚ ରେ ୧-୦ ଗୋଲ ରେ ହରାଇ ୩୦ ବର୍ଷ ପରେ କେସିଙ୍ଗା କପ୍ ହତେଇଛି। ବିଜୟୀ ଦଳକୁ ବଡ଼ ଟ୍ରଫି ସହ ନଗଦ ୫୧ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳ ଛତିଶଗଡ ଦଳକୁ ବଡ଼ ଟ୍ରଫି ସହ ନଗଦ ୩୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଜିର ଫାଇନାଲ ଖେଳ ରେ ମୁଖ୍ୟ ଅତିଥି ଭାବରେ ସଦର ବିଧାୟକ ସାଗର ଚରଣ ଦାସ ଯୋଗ ଦେଇ ବିଜେତା ଓ ଉପ ବିଜେତା ଦଳକୁ ସମ୍ମାନିତ କରିଥିଲେ।ଆଜିର ଖେଳ ପରିଚାଳନା କରିଥିଲେ ଅଞ୍ଚଳର ଆନ୍ତର୍ଜାତୀୟ ରେଫରି ନବୀନ ନାଏକ ଏବଂ ତାଙ୍କ ସାଥୀ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଖେଳ ଅଧିକାରୀ ଶରତ ଚନ୍ଦ୍ର ପାଢ଼ୀ,କେସିଙ୍ଗା ନଗରପାଲ ନୃପ ରାଜ ଯାଦବ କେ ଏ ସି ଏ ର ସଭାପତି ରାମକୁମାର ଜୈନ, ସମ୍ପାଦକ ପୁରୁନ୍ଦର ଭୋଇ, ବଳରାମ ସୁନା , ମକରଧ୍ବଜ ନାଏକ, ଗଦାଧର ସିଂଦେଓ, ଅଭିମନ୍ୟୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS