'କେସିଙ୍ଗାତା:୫/୨() କଳାହାଣ୍ଡି ଜିଲ୍ଲା କେସିଙ୍ଗା ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ର ବି ଗ୍ରୁପ୍ ର ଦ୍ୱିତୀୟ ମ୍ୟାଚ ରେ ବିଶାଖାପାଟଣା ର ଇଷ୍ଟକୋଷ୍ଟ ରେଳ ୱେ ଦଳ କୁ ଛତିଶଗଡ ର ଜଗଦଲପୁର ଦଳ ୨-୦ ଗୋଲ ରେ ପରାଜିତ କରି ସେମିଫାଇନାଲ କୁ ଉନ୍ନୀତ ହୋଇଛି।ଆଜିର ଖେଳ ପରିଚାଳନା କରିଥିଲେ ଶିବଶଙ୍କର ପଣ୍ଡା ଓ ତାଙ୍କୁ ସହଯୋଗ କରିଥିଲେ ସୁଜିତ କୁମାର ପାତ୍ର, ଦିଲୁ ରାଉତ ଏବଂ ବୁଲୁ ମାଝୀ । ଆଜି ଖେଳ ର ମୁଖ୍ୟ ଅତିଥି ଭାବେ କେସିଙ୍ଗା ନଗରପାଲ ନୃପରାଜ ଯାଦବ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ଆଜି ମଧ୍ୟ ଖେଳର ମଧ୍ୟ ଭାଗରେ ଅଞ୍ଚଳ ର ୧୨ ଜଣ ପୂର୍ବତନ ଫୁଟବଲ ଖେଳାଳି ବସନ୍ତ ଷଣ୍ଢ, ରଘୁରାଜ ସିଂହ, ନରେନ୍ଦ୍ର ସିନ୍ଦୂର ଯୁବରାଜ ପୁଟେଲ, ସତ୍ୟ ଭୋଇ, ରାମଜୀ ମାତଖଣ୍ଡିଆ, ଧନଞ୍ଜୟ ମହଲା, ଦାମ ବାଗ, ପ୍ରଶାନ୍ତ ସାହା, ସାରୁକ ରଣା, ଚିତ୍ରସେନ, ଲକ୍ଷ୍ମୀ ମାଝୀ ଙ୍କୁ କେ ଏ ସି ଏ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ତତ୍ ସହିତ ଏହି ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ରେ ମୁକ୍ତ ହାତରେ ସହଯୋଗ କରିଥିବା କୁଲଦୀପ ଜୈନ, ବାବୁରାଓ ସପାଟେ ଏବଂ ପୀଙ୍କୁ ଅଗ୍ରୱାଲ ପ୍ରମୁଖ ଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS