ପୁରା ଖବର ବିଷୟରେ


ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ର ଶୁଭାରମ୍ଭ ।

Feb 5 2025 7:22PM
Posted By:

'କେସିଙ୍ଗା ତା ୫/୨/( ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସରକାରୀ ହାଇସ୍କୁଲ ପଡିଆ ରେ ଓଡ଼ିଶା ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା ସ୍କୀମର କାର୍ଯ୍ୟକ୍ରମ କୁ ଭିଡିଓ କନ୍ ଫରେନ୍ସ ମାଧ୍ୟମରେ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଠାରେ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଶୁଭ ଉତ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ହେବାଦ୍ବାରା ସମସ୍ତ ଗାଁ କୁ ବିକଶିତ କରିବା ସହିତ ରାଜ୍ୟର ଜନସାଧାରଣ ବହୁଳ ମାତ୍ରାରେ ଉପକୃତ ହେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଉତ୍ସଗ୍ରିକୃତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ,ବି ଡି ଓ ସିଦ୍ଧେଶ୍ଵର ମେହେର, ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସୁଷମା ମିଶ୍ର , ଗଣମାଧ୍ୟମ ପ୍ରତିନିଧି, ଅଗ୍ନିଶମ ବିଭାଗ କର୍ମଚାରୀ, ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ,ସମସ୍ତ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ, ସରପଞ୍ଚ, ବ୍ଲକ ର ସମସ୍ତ କର୍ମଚାରି, , ପୋଲିସ୍ ପ୍ରଶାସନ ଅଧକାରୀ, ଅଙ୍ଗନୱାଡ଼ି କର୍ମୀ, କେସିଙ୍ଗା ବ୍ଲକ ଅଞ୍ଚଳ ଏମ୍ ବୀ କେ, ସି ଆର ପି ଓ ଏସ ଏସ ଜୀ ମହିଳା ପ୍ରମୁଖ ଶହ ଶହ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ମାତ୍ର ସମନ୍ଵିତ ଶିଶୁ ବିଭାଗ ଅନ୍ତର୍ଗତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସାଧା ପୋଷାକ ରେ ଆସିବା ପାଇଁ ନିର୍ଦ୍ଦେଶ ଥିବାବେଳେ ଅଙ୍ଗନୱାଡ଼ି କର୍ମୀମାନେ କାର୍ଯ୍ୟକ୍ରମ ରେ ପହଞ୍ଚିବା ପରେ କେସିଙ୍ଗା ବ୍ଲକ ଅଞ୍ଚଳ ଏମ୍ ବୀ କେ, ସି ଆର ପି ଓ ଏସ ଏସ ଜୀ ମହିଳା ମାନେ ନିଜ ନିଜର ପୋଷାକ କୋଡ ବ୍ୟବହାର କରୀ ଆସିଥିବା ଯୋଗୁଁ ଏହାକୁ ନେଇ ସେମାନେ ଏହି କାର୍ଯ୍ୟକ୍ରମ କୁ ଆସି ପୋଷାକ କୋଡ କୁ ନେଇ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟଳୟ ସମ୍ମୁଖ ରେ ରୁଣ୍ଡ ହୋଇ ସିଡ଼ିପିଓ ଙ୍କୁ ଜଣାଇ ଥିଲେ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS