Posted By: ମନୋଜ ସିଂହ ଙ୍କ ରିପୋର୍ଟ
'କେସିଙ୍ଗା ତା:୦୪/୦୨()କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ, ରାଜ୍ୟ ସଂସ୍କୃତି ବିଭାଗ ଓ ରେଳବାଇଙ୍କ ଆନୁକୂଲ୍ୟରେ ଏକ ତାରା କଳାକେନ୍ଦ୍ର ଏକାଡେମୀ, ଟିଟିଲାଗଡ଼ର ୨୬ତମ ବାର୍ଷିକ ଉତ୍ସବ, ଢ଼ାପ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ରେଳବାଇ ତଥା ବିଭିନ୍ନ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ବିଶିଷ୍ଟ କଳାକାରଙ୍କୁ ନେଇ ଗୁରୁ ଶାନ୍ତନୁ ବେହେରାଙ୍କ ତତ୍ୱାବଧାନରେ ୧୯୯୯ରେ ରାଜ୍ୟରେ ପ୍ରଥମ ଭାବରେ ଢ଼ାପ ନୃତ୍ୟକୁ ନେଇ ଗଢି ଉଠିଥିଲା ଏହି ଅନୁଷ୍ଠାନ l ବର୍ତ୍ତମାନ ଅନୁଷ୍ଠାନର କଳାକାର ଦେଶର କୋଣଅନୁକୋଣରେ ଢ଼ାପ ନୃତ୍ୟ ପ୍ରଦର୍ଶନ ସହ ଏହାର ପ୍ରଚାର ପ୍ରସାର ମଧ୍ୟ ହୋଇଛି l ଅନୁଷ୍ଠାନର ବାର୍ଷିକ ଉତ୍ସବ, ଢ଼ାପ ସମାରୋହ ପୁର୍ବରୁ ସମ୍ବଲପୁର ଇଷ୍ଟ କୋଷ୍ଟ ରେଲୱେ ଡିଆରଏମ ତୁଷାର ପାଣ୍ଡେ ମୁଖ୍ୟଅତିଥି ତଥା ମହିଲା କଲ୍ୟାଣ ସମିତି ଅଧ୍ୟକ୍ଷା ଲୀନା ପାଣ୍ଡେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରେଳ ବିଭାଗ ସହାୟତାରେ ନିର୍ମିତ ଅନୁଷ୍ଠାନର ନୃତ୍ୟସଙ୍ଗୀତ, ଏବଂ ଚିତ୍ର କଳା ତାଲିମ କେନ୍ଦ୍ରର ନୂତନ କୋଠା ଉଦଘାଟନ କରିଥିଲେ l ପରେ ସ୍ଥାନୀୟ ରେଳବାଇ ଇନଷ୍ଟିଚ୍ୟୁଟ ପରିସରରେ ମୁଖ୍ୟଅତିଥିଙ୍କ ଦ୍ୱାରା ମଞ୍ଚ ପୁଜା ପରେ ଏକତାରା କଳାକେନ୍ଦ୍ରର କଳାକାର, ପୁଷ୍ପରାଜ ସୁନାଙ୍କ ତତ୍ୱାବଧାନରେ ସମ୍ବଲପୁରର ପଞ୍ଚବାଦ୍ୟ ଅନୁଷ୍ଠାନ, ସୁନିଲ ପଟ୍ଟନାୟକଙ୍କ ତତ୍ୱାବଧାନରେ ଟିଟିଲାଗଡ଼ର ନିଉ ଲାଇଫ ଡାନ୍ସ ଗ୍ରୁପ, ନିରାକାର ସାହୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଭୋର କରିଥିଲା l ବିଶିଷ୍ଟ ଗାୟକ ନିରାକାର ସାହୁ, ଲକ୍ଷ୍ମଣ ବାଗ, ରାଜୀବ ବେହେରା, ରଣଧିର କୁମାରଙ୍କ ଗୀତ ଆମୋଦିତ କରିଥିଲା l ପୂର୍ବତଟ ରେଳ ବିଭାଗ ସମ୍ବଲପୁରର ବରିଷ୍ଠ ଡିଇଇ (ଓପି), ବରିଷ୍ଠ, ଡିଇଇ (ଟିଆରଡ଼ି), ବରିଷ୍ଠ ଡ଼ିଏସଓ (ଜି), ଡିଇଇ (ଜି ) ଡିଇଏନ (ଦକ୍ଷିଣ ) ଏଡ଼ିଇଏନ,. ଏଏସଟିଏନଇ ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ l କଳାକେନ୍ଦ୍ରର ସଭାପତି ରଞ୍ଜନ ପଟ୍ଟନାୟକ, ସମ୍ପାଦକ ଅରୁଣ ସୁନା, ଗୁରୁ ତଥା ଉପଦେଷ୍ଟା ଶାନ୍ତନୁ ବେହେରା, ଗଗନ ବାଗ, ଅଶୋକ ନାଗ, ଜୟନ୍ତୀ ଟାକ୍ରୀ, ହିମାଂଶୁ ନାଗ, ସତ୍ୟନାରାୟଣ ଭୋଇ, ଚକ୍ରଧର ମହାନନ୍ଦ, ବିରୁନ ସୁନା, ଭୁବନେଶ୍ୱର ବାଗ, ସଞ୍ଜୀବ ବିଶ୍ଵାଳ,. ମଦନ ବାଗ,. ଶୁଚିସ୍ମିତା ଷଡ଼ଙ୍ଗୀ, ନିର୍ଝରିଣୀ ମହାରଣା, ବି ସାରାନ, ଦୀପକ ଜାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ରେଲୱେ ଇନଷ୍ଟିଚ୍ୟୁଟ ସମ୍ପାଦକ ଧର୍ମେନ୍ଦ୍ର ପ୍ରସାଦ, କୋଷାଧ୍ୟକ୍ଷ କୈଲାସ ଛୁରା ତଥା ସ୍ଥାନୀୟ ରେଳ ବିଭାଗ କର୍ମଚାରୀ ସହାୟତା କରିଥିଲେ l ପ୍ରତିଷ୍ଠିତ ଏଙ୍କର ମାନଭଞ୍ଜନ ମିଶ୍ର ଏହି ମଞ୍ଚ କୁ ସଂଚାଳନା କରିଥିଲେ l'