'କେସିଙ୍ଗା,୩/୨ ()କେସିଙ୍ଗା ବ୍ଲକ, ବଗାଡ଼ ମଣ୍ଡଳ ଅନ୍ତର୍ଗତ କେସିଙ୍ଗା ୱା.ନଂ -୧୧ ସ୍ଥିତ ତ୍ରୀନାଥ ମନ୍ଦିର ସଂମ୍ମୁଖରେ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ବୈଠକ ଅନୁଷ୍ଠିତ ହୋଯାଇଅଛି। ଏଥିରେ ବାଳସି ମଣ୍ଡଳ ସମାଜ ସଭାପତି ମନୋହର ସାହୁ ଙ୍କ ସଭାପତିତ୍ୱରେ ଦ୍ୱ୍ୱିତୀୟ ପର୍ଯ୍ୟାୟରେ କେସିଙ୍ଗା ଗ୍ରାମ କମିଟି ଗଠନ କରା ଯାଇଛି। ଏହି ଅନୁଷ୍ଠିତ ସଭାରେ ପର୍ଯ୍ୟବେକ୍ଷକ ଭାବରେ ଜିଲ୍ଲା ସମାଜ ଉପସଭାପତି ଯୁବରାଜ ସାହୁ, ଜିଲ୍ଲା ସମାଜ ସଂଗଠନ ସମ୍ପାଦକ ଶୁଳପାଣି ସାହୁ, ବାଲସି ମଣ୍ଡଳ ସଭାପତି ମନୋହର ସାହୁ, ବାଲିସି ଗ୍ରାମର ଫକୀର ସାହୁ, ଷଣା ବଂଶର କାର୍ଜି କିଶନଲାଲ ସାହୁ, ମୁହୁନି ବଂଶ ର କାର୍ଜି ବିରଞ୍ଚି ସାହୁ ଓ ବଗାଡ଼ ମଣ୍ଡଳ ସଭାପତି ବିଭୀଷଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ସମାଜର ଜିଲ୍ଲା ଗଣମାଧ୍ୟମ ଉପଦେଷ୍ଟା ଶିବ ପ୍ରସାଦ ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ସଂଗଠନ, ଆଙ୍ଗୁଠି ରେ ମୁଦି ପିନ୍ଧା ପର୍ବକୁ ନିଷେଧ, ନଡ଼ିଆଧରା ରେ ଦେଉଥିବା ଟଙ୍କାର ପରିମାଣ ଓ ବରଯାତ୍ରୀ ର ସମୟ ଉପରେ ଆଲୋଚନା କରିବା ସହ ନୂତନ ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ସାହୁଙ୍କୁ ମନୋନୀତ କରାଯାଇ ଥିବାବେଳେ ସମ୍ପାଦକ ଭାବେ ଧବଲେଶ୍ୱର ସାହୁ, କୋଷାଧକ୍ଷ ଭାବେ ସୁଧାଂଶୁ ଶେଖର ସାହୁ, ଉପ -ସଭାପତି ଭାବେ ଦିନ ସାହୁ ଓ ଉପ -ସମ୍ପାଦକ ଭାବେ ଟଙ୍କଧର ସାହୁ ରହିଛନ୍ତି।ବହୁତ ସୁନ୍ଦର ଭାବରେ ସମସ୍ତଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।କର୍ମକର୍ତ୍ତା ଚୟନ ପରେ ସେମାନଙ୍କୁ ଯୁବରାଜ ସାହୁ ଶପଥ ପାଠ କରାଇଥିଲେ। ଶୁଳପାଣି ସାହୁ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS