'ଭବାନୀପାଟଣା ତା:୦୩/୦୨() ଚଳିତ ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରତିଶୃତି ଦେଇଥିଲେ। କିନ୍ତୁ ମୋହନ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ହିଁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ପ୍ରତିଶୃତି ଭତ୍ତା ନ ମିଳିବାରୁ "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନ ସହିତ ରାଜ୍ଯର ବିଭିନ୍ନ ସଂଗଠନ ତରଫରୁ ଦାବି ହେବାରୁ ସରକାର ଜାନୁଆରି ମାସରେ କେବଳ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କଲେ । ତେଣୁ ଆଜି "ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି" ସଂଗଠନର ସଦସ୍ଯ ମଧୁଲାଲ ନାଏକଙ୍କ ନେତୃତ୍ବରେ ଭବାନୀପାଟଣା ମୁନିସିପାଲିଟିର ୱାର୍ଡ ନଂ-୦୭ ଓ ୧୦ର ପାଖାପାଖି ୨୦୦ ଭତ୍ତା ହିତାଧିକାରୀଙ୍କୁ ନେଇ ଅର୍କାବାହାଲି ପଡା ଛକରେ ଏକ ସଭାର ଆଯୋଜନ ହୋଇଯାଇଅଛି । ବୈଠକରେ ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦାନ ଦେବା ସହ ମୋହନ ସରକାର ବଜେଟରେ ଘୋଷଣା କରିଥିବା ଭତ୍ତା ୩୫୦୦ ଟଙ୍କା ୮ମାସ ପରେ ପ୍ରଦାନ କରିବା ସ୍ୱାଗତଯୋଗ୍ୟ କିନ୍ତୁ ନିଜର ପ୍ରକୃତ ପ୍ରତିଶୃତି ପାଳନ ନ କରିବା ଦୁର୍ଭାଗ୍ଯଜନକ ବୋଲି କହିଥିଲେ। ଏଥିରେ କେବଳ ରାଜ୍ୟର ୪ଲକ୍ଷ ୧୭ହଜାର ୪୯୬ ହିତାଧିକାରୀ ଲାଭବାନ ହେବା ସହ ବାକି ୫୩ଲକ୍ଷରୁ ଉର୍ଦ୍ଧ୍ବ ଗରିବ ଓ ଅବହେଳିତ ହିତାଧିକାରୀଙ୍କୁ ଠକି ଦେଇଛନ୍ତି। ସରକାରଙ୍କ ଏହି ଆଭିମୁଖ୍ୟକୁ ତିବ୍ର ସମାଲୋଚ଼ନା କରିବା ସହ ଆଗାମୀ ଦିନରେ ବଞ୍ଚିତ ହିତାଧିକାରୀଙ୍କ ପାଇଁ ସଂଗଠନ ତରଫରୁ ତିବ୍ର ଆନ୍ଦୋଳନ କରିବ ବୋଲି ଲକ୍ଷ୍ମୀନାରାୟଣ ପଣ୍ଡା ଚେତାବନୀ ଦେଇଛନ୍ତି । ସଦସ୍ଯ ନିରୋଦ କୁମାର ରାଉତ ଓ ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ଉଦବୋଧନ ଦେବା ସମସ୍ତେ ଏକଜୁଟ ହୋଇ ନିଜର ହକ୍ ପାଇଁ ଜୋରଦାର ଲଢେଇ ହେବ ବୋଲି କହିଥିଲେ । ଏହି ବୈଠକକୁ ସଫଳ କରିବା ପାଇଁ ସଦସ୍ଯ ରଶ୍ମିତା ପାତ୍ରେ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS