Posted By: ମନୋଜ ସିଂହ ଙ୍କ ରିପୋର୍ଟ
'ଭବାନୀପାଟଣା ତା:୩୦୩/୦୨() ସୋମବାର ଦିନ ଓଡ଼ିଶା ଜୀବିକା ମିଶନ ଇ ସି ସଂଘ ଭବାନୀପାଟଣା ବ୍ଲକ କମିଟି ପକ୍ଷ ରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ (GPLF,E,C), କାର୍ଯ୍ୟନିର୍ବାହୀ କମିଟି ର ସହ ସହ ସଦସ୍ୟା ସ୍ଥାନୀୟ, ଭବାନୀପାଟଣା ମାଣିକେଶ୍ଵରୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଥିଲେ। ଏହା ପରେ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଇଥିଲେ । ଏହା ପରେ ପୁନର୍ଗଠନ (ରିଷ୍ଟୁକଚରିଙ୍ଗ) ପ୍ରକ୍ରିୟା ବନ୍ଦ କରି, ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟ ନିର୍ବାହୀ କମିଟି ସଦସ୍ୟା ଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ, ବିଡିଓ, ବିପିସି, ବିଏଲସି ଙ୍କ ଜରିଆରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ବିଭାଗୀୟ ସଚିବ ଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲା। ଆମର ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବା ସହ ରାଜ୍ୟର ଲକ୍ଷ୍ୟ ଲକ୍ଷ ଇ, ସି କର୍ମୀ ରାଜଧାନୀ ର ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ର ସଭାନେତ୍ରୀ ନଳିନୀ ମଞ୍ଜରୀ ବାଗ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଭାରତୀୟ ମଜଦୂର ସଂଘ ର ଜିଲ୍ଲା କାର୍ଯ୍ୟକର୍ତ୍ତା ଭବାନିଶଙ୍କର ରାଉତ ସମାନ କଥା କହିଥିବା ବେଳେ, ଜିଲ୍ଲା ସଭାନେତ୍ରୀ ନଳିନୀ ମଞ୍ଜରୀ ବାଗ, ସଂପାଦିକା- ଜୟନ୍ତୀ ମାଝୀ, କୋଷାଧଖ୍ୟ କୁମୁଦିନୀ ମାଝୀ, ଏବଂ ବ୍ୟାଦେହି ସାହୁ, ପୁଷ୍ପାଞ୍ଜଳି ସା, ବାରୁଣୀ ସାହୁ, ସବିତା ବାଗ, ସୁଷମା ପ୍ରଧାନ, ଜାମିନୀ କାଣ୍ଡ, ସୁବିଧା ଜାଲ, ସକରା ବାଗ, ସାଗରୀକା ମହାନନ୍ଦ, ଯମୁନା ଦୁର୍ଗା, ପଙ୍କଜିନୀ ରଣା, ଓ ଅନନ୍ୟା ସଭ୍ୟା ମାନେ ଅଧ୍ୟକ୍ଷତାରେ ଯୋଗ ଦେଇଥିଲେ । ଏହି ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନ ସଭାରେ ଦାବି ପୂରଣ ପାଇଁ ପ୍ରଶାସନ ଦ୍ବାରା ଅନୁରୋଧ କରିଥିଲେ।'