ପୁରା ଖବର ବିଷୟରେ


ଖଣି ବିଭାଗ ଦକ୍ଷତା ସମିତି ଓ ଡିଏମଏଫ କଳାହାଣ୍ଡିର ମିଳିତ ଆନୁକୂଲ୍ୟରେ ୩ ମାସ ସ୍ବଳ୍ପ ସମୟ ପାଇଁ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ

Feb 3 2025 6:11AM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ଭବାନୀପାଟଣା ତା -୨/୨() କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଠାରେ ଖଣି ବିଭାଗ ଦକ୍ଷତା ସମିତି ଓ ଡିଏମଏଫ କଳାହାଣ୍ଡିର ମିଳିତ ଆନୁକୂଲ୍ୟରେ ୩ ମାସ ସ୍ବଳ୍ପ ସମୟ ପାଇଁ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣ ୪ ଟି ବିଭାଗ ଯଥା ମାଇନିଙ୍ଗ୍ ଓ୍ବେଲଡର, ଏଚ୍ଇଏମଏମ୍ ମେକାନିକ୍, ଡମ୍ପର /ଟିପର୍ ଏବଂ ଖନନ ଅପରେଟର ବିଷୟରେ ଦିଆଯାଉଛି। ଏହି ମାଇନିଙ୍ଗ୍ ପ୍ରଶିକ୍ଷଣ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ଆରମ୍ଭ ହୋଇଛି। ଏହାଦ୍ବାରା ଶତ ପ୍ରତିଶତ ପିଲାମାନଙ୍କୁ ବିଭିନ୍ନ ମାଇନିଙ୍ଗ ସମ୍ପର୍କିତ କାର୍ଯ୍ୟ ଯୋଗାଇ ଦେବା ମୂଳ ଲକ୍ଷ୍ୟ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ଏଠାରେ ରହିବା, ଖାଇବା ଓ ତାଲିମ ନେବା ସମ୍ପୂର୍ଣ ମାଗଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବଚରଣ ମୁଦୁଲି ବିଡ଼ିଓ, ଥୁଆମୂଳ ରାମପୁର, ଡିଏମଏଫର ପ୍ରଶାନ୍ତ ମିଶ୍ର, ଆଜିତ କୁମାର ଉତ୍ତରାୟ ଡିଏସଡିଇଓ, କଳାହାଣ୍ଡି , ଜାତୀୟ ଦକ୍ଷତା ମୁଖ୍ୟ ରାହୁଲ ନାୟକ ପ୍ରମୂଖ ଯୋଗଦେଇଥିଲେ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS