Posted By: ମନୋଜ ସିଂହ ଙ୍କ ରିପୋର୍ଟ
'କେସିଙ୍ଗା ୦୧/୦୨()ଦେଶର ମାନ୍ୟବର ରାଷ୍ଟ୍ରପତିଙ୍କ ବିରୁଦ୍ଧରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ଅଶାଳୀନ ମନ୍ତବ୍ୟ ନେଇ ଟିଟିଲାଗଡ଼ ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି l ଏନେଇ କଂଗ୍ରେସ ନେତ୍ରୀ ସୋନିଆ ଏବଂ ରାହୁଲଙ୍କ ସ୍ଥାନୀୟ ଥାନା ଛକ ଠାରେ ଶତାଧିକ ବିଜେପି ନେତାକର୍ମୀ ଏକତ୍ରିତ ହୋଇ ସେମାନଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି l କାର୍ଯ୍ୟକ୍ରମରେ ଉପସ୍ଥିତ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଉଭୟ ମାଁ ପୁଅଙ୍କ କୁଶ ପୁତ୍ତଳିକାରେ ଅଗ୍ନୀ ସଂଯୋଗ କରିଥିଲେ l ଏନେଇ ବିଧାୟକ କହିଥିଲେ ଯେ ସୋନିଆ ଏବଂ ରାହୁଲ ଆମ ଓଡ଼ିଶାର ଆଦିବାସୀ ଝିଅ, ଓଡ଼ିଆ ଅସ୍ମିତାର ପରିଚୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସର୍ବଦା ଅପମାନିତ କରିଆସିଛି l ପରିବାର ବାଦୀ କଂଗ୍ରେସ ଦଳକୁ ଦେଶବାସୀ ତଥା ଓଡ଼ିଶାର ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି l ଏଥିପାଇଁ କଂଗ୍ରେସ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ସମସ୍ତ ସମ୍ବିଧାନିକ ଅନୁଷ୍ଠାନକୁ ଅପମାନିତ କରି ଆସିଥିବା ବିଧାୟକ ଅଭିଯୋଗ କରିଥିଲେ l ଆମ ରାଷ୍ଟ୍ରପତି ଜଣେ ଆଦିବାସୀ ବୋଲି ତାଙ୍କ ପ୍ରତି ଗରିବ ମହିଲା ବୋଲି କଂଗ୍ରେସ ନେତ୍ରୀ ସୋନିଆ କହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ l ବିକ୍ଷୋଭ କାର୍ଯ୍ୟକ୍ରମରେ ଆଦିବାସୀ ନେତା ସୁରେଶ ଭୋଇ, ଶ୍ୟାମ ପ୍ରସାଦ ଶର୍ମା, ସୁଧିର ଘଡ଼େଇ, ହରି ନାଗ, ରଞ୍ଜୁ ପାତ୍ର, କାଉନସିଲର ମନୋଜ ଜୈନ, ଟିନୁ ଅଗ୍ରୱାଲ, ରୋହିତ ରଣା, ରିଙ୍କୁ ପାତ୍ର, ବିଘ୍ନରାଜ ସାହୁ, ରାଜୁ ରାଓ, ରଞ୍ଜୁ ପାତ୍ର, ଅମୁଲ୍ୟ ରତେଇ, ନବୀନ ବନଛୋର, ବଇଚନ୍ଦ୍ର ନାଗ, ଲଲିତ କୁମ୍ଭାର, ରାଧାମୋହନ ଖୁରା, ହୃଷିକେଶ ବିଶି,. ଆକାଶ ଜୈନ ପ୍ରମୁଖ ସାମିଲ ହୋଇଥିଲେ l'