ପୁରା ଖବର ବିଷୟରେ


ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ

Feb 1 2025 9:34AM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ଭବାନୀପାଟଣା ତା:୩୧/୦୧()ଗତ ୩୦ ତାରିଖ ଦିନ ସମଗ୍ର ଦେଶରେ ପାଳିତ ହେଉଥିବା ଗାନ୍ଧୀଜି ଙ୍କ ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ ,ସରସ୍ଵତୀ +୩ ବିଜ୍ଞାନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନେ ନତମସ୍ତକ ହୋଇ ଦେଶର ମୁକ୍ତି ଆନ୍ଦୋଳନରେ ଝାସ ଦେଇ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ସମସ୍ତ ଦିବଂଗତ ସଂଗ୍ରାମୀ ମାନଙ୍କୁ ସଶ୍ରଦ୍ଧ ସମ୍ମାନ ପ୍ରଦର୍ଶନ କରିଥିଲେ । ଡିଗ୍ରୀ କ୍ୟାମ୍ପସ ପରିସରରେ ଅନୁଷ୍ଠିତ ନୀରବ ପାର୍ଥନା ସଭାରେ ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ ଡ଼. ଆଦିତ୍ୟ ପଟ୍ଟନାୟକ ,ଅଭିଜିତ ପଟଯୋଶୀ,ଲିପିକା ନାଏକ, ସୋଫିଆ ବେଗମ,ଶେଫାଳୀ ଯୋଶୀ,ଆୟୁଶୀ ଭୋଇ,ସଂକଳ୍ପ ସାଗର ତାଣ୍ଡି,ସୋଭସିନୀ ମେହେର,ତନ୍ମୟୀ ଖାଡଙ୍ଗା, ମଣ୍ଟୁ ଦିଶ୍ରୀ ସମସ୍ତ ବିଭାଗରୁ ଉପସ୍ଥିତ ଥିବା ବେଳେ ଏନ୍‌ଏସ୍ଏସ୍ ସ୍ବେଚ୍ଛାସେବୀ ଏବଂ ତୃତୀୟ ଓ ଦ୍ଵିତୀୟ ବର୍ଷର +୩ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ରାମ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS