ପୁରା ଖବର ବିଷୟରେ


ଉତ୍କେଲା ଜ୍ଞାନଦୟ ଇଣ୍ଟେରନସନାଲ ବିଦ୍ୟାଳୟ ର ତୃତୀୟ ବାର୍ଷିକ ଉତ୍ସବ।

Feb 1 2025 9:33AM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ଭବାନୀପାଟଣା ତା:୩୦/୦୧() କେସିଙ୍ଗା ବ୍ଲକ ଅନ୍ତରଗତ ଉତ୍କେଲା ଜ୍ଞାନଦୟ ଇଣ୍ଟରନେସନାଲ ବିଦ୍ୟାଳୟ ତାର ତୃତୀୟ ବାର୍ଷିକ ଉତ୍ସଵ ପାଳନ କରିଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ସମ୍ମାନିତ ଅତିଥି ରୂପେ କେସିଙ୍ଗା ବ୍ଲକ ଅଧକ୍ଷ ଚନ୍ଦନ ସେନାପତି,ଏବଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ ଉମେଶ ଚନ୍ଦ୍ର ଶଥପଥି ଯୋଗ ଦେଇଥିଲେ। ଶ୍ରୀ ବକ୍ତା ଙ୍କ ବକ୍ତ୍ୟବ୍ୟ ଅତି ସୁନ୍ଦର ଭାବରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ହୃଦୟ କୁ ଛୁଇଂ ଥିଲା ।  ବିଦ୍ୟାଳୟ ର ନିର୍ଦେଶକ  ବାପି ବେହେରା ଙ୍କ ତତ୍ଵାବଧାନ ରେ ଏବଂ ପ୍ରିନସିପାଲ ରଶାନ୍ତ ନାଏକ, ବବିତା ସା, ନିବେଦିତା ପୁରୋହିତ, ଏଲିଜାବେଥ ନାଗ, ଅର୍ଚନା ସାହୁ, ଏନ କ୍ରିଷ୍ଣା ନାଗ, ରାହୁଲ ବେହେରା ଙ୍କ ସହଯୋଗ ରେ ବିଭିନ୍ନ ପ୍ରତିଯୋଗିତା କରା ଯାଇ କୃତୀ ଛାତ୍ରଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ର ସଭାପତି ଧୀରେନ୍ଦ୍ର କୁମାର ସାହୁ,ବିଦ୍ୟାଳୟ ର  ସମ୍ପାଦକ ଅର୍ଜୁନ ପୋଢ଼, ବେଳାଲସନ ବେହେରା, ପବନ କୁମାର ଜୈନ, ଉପସ୍ଥିତ ରହି  ପିଲାମାନଙ୍କୁ ଉତ୍ସାହିତ କରିଥିଲେ  ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା  ସାଂକୃତିକ ରଙ୍ଗାରଙ୍ଗ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS