ପୁରା ଖବର ବିଷୟରେ


ଟିଟିଲାଗଡ଼ ପୋଲିସର ଟ୍ରାଫିକ ସହରରେ ସଡ଼କ ସୁରକ୍ଷା ସଚେତନତା

Jan 31 2025 7:43PM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ଭବାନୀପାଟଣା ତା:୩୧/୦୧()ଟିଟିଲାଗଡ଼ ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି l ସହରର ରାସ୍ତା ନାଳ ଘାଟ ଥିଲା ଵାଲା ଲୋକେ ଆବୋରିଛନ୍ତି l ଏହାକୁ ନେଇ ସହରର ନାଗରିକ ମହଲରେ ପ୍ରବଳ ଅସନ୍ତୋଷ ଜାରି ରହିଛି l ସହରର ରୁନ୍ଧି ହେଉଥିବା ରାସ୍ତାରେ ଦୃତ ଗତିରେ ବାଇକ ଧାଇଁ ଅନେକ ଥର ଦୁର୍ଘଟଣା ହେଉଛି l ଏନେଇ ଆଜି ଟିଟିଲାଗଡ଼ ଥାନା ଆଇଆଇସି ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ପୁଲିସ ବାହିନୀ ତଥା ସ୍ଥାନୀୟ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ସହରରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ପ୍ରଶଂସନୀୟ ହୋଇଛି l ସଚେତନତା କାର୍ଯ୍ୟକ୍ରମରେ ଡ଼ିଏଭି ମହାବିଦ୍ୟାଳୟର ଏନସିସି ଅଧିକାରୀ ବେଦବର ରଣା, ଟିଟିଲାଗଡ଼ ଥାନା ସବ ଇସନ୍ସପେକ୍ଟର ସାବିତ୍ରୀ ଖାଲକା, ଏଏସଆଇ କାର୍ତ୍ତିକ ପ୍ରଧାନ, ସୁବାଶ ସାହୁ, ମନୋଜ ବିଶି, ଅହଲ୍ୟା ସୁନାନୀ, ବୈରାଗୀ ବିଶି, କଳ୍ପେଶ ପ୍ରଧାନ, ତୁଲାରାମ ଭୋଇ, ଆକାଶ ସାହୁ, ପ୍ରଦୀପ ସୁନାନୀ ପ୍ରମୁଖ ସାମିଲ ହୋଇଥିଲେ l'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS