ପୁରା ଖବର ବିଷୟରେ


ଖାଉଟି ଅଦାଳତରେ ବିଶାଲ ମେଗାମାର୍ଟ ଦଣ୍ଡିତ

Jan 6 2025 7:02AM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ଭବାନୀପାଟଣା: ଭବାନୀପାଟଣା ସହର ବାହାଦୂର ବଗିଚାପଡା ସ୍ଥିତ ବିଶାଲ ମେଗାମାର୍ଟ ଖାଉଟି ଅଦାଳତ ଦ୍ବାରା ଦଣ୍ଡିତ ହୋଇଛି । ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ଏକ ଖାଉଟି ମାମଲାର ଶୁଣାଣୀ କରି ବିଶାଲ ମେଗାମାର୍ଟକୁ ୧ଲକ୍ଷ ୩୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ଅର୍ଥଦଣ୍ଡ ରାଶିରୁ ୩୫ ହଜାର ଅଭିଯୋଗ କାରୀ ଓ ଅବଶିଷ୍ଟ ୧ଲକ୍ଷ ଟଙ୍କାକୁ ଓଡିଶା ରାଜ୍ୟ ଖାଉଟି ସୁରକ୍ଷା ପାଣ୍ଠିକୁ ପ୍ରଦାନ କରିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇଁ ଜିଲାରେ ଏବେ ଚର୍ଚ୍ଚାର ବିଷୟ ପାଳଟିଛି । ପ୍ରାପ୍ତି ସୁଚନାରୁ ପ୍ରକାଶ ଯେ,ଗତ ୮/୫/୨୦୨୪ ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଗ୍ରାମର ବିରୁପାକ୍ଷ ପାତ୍ର (ଯିଏକି ପେଶାରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ )ନିଜ ଭାଇ ଲକ୍ଷ୍ମୀକାନ୍ତ ପାତ୍ରଙ୍କ ସହ ଭବାନୀପାଟଣା ବାହାଦୂରବଗିଚାପଡା ସ୍ଥିତ ବିଶାଲ ମେଗା ମାର୍ଟକୁ କିଣାକିଣି କରିବାକୁ ଯାଇଥିଲେ । ସେଠାରେ ସେ ଏକ ଲେଡିଜ୍‌ କୁର୍ତ୍ତା ପସନ୍ଦ କରିଥିଲେ।ଯାହାର ବିକ୍ରିମୂଲ୍ୟ ଉପରେ ୧୫% ରିହାତି ଅଫର ଉଲ୍ଲେଖ ରହିଥିଲା । ତେବେ ଏହାର ବିଲିଂ କରିବା ସମୟରେ ଉପରୋକ୍ତ ଲେଡିସ୍ କୁର୍ତ୍ତାର ୧୫% ରିହାତି ହିସାବ ନ ଥିବାରୁ ଅଭିଯୋଗକାରୀ ପାତ୍ର କାଉଣ୍ଟର ଇନ୍‌ଚାର୍ଯଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ସେ ରିହାତି ଦେବାର ଅଗ୍ରାହ୍ୟ କରିବା ସହ ମ୍ୟାନେଜରଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ। ଯାହାଫଳରେ ଅଭିଯୋଗକାରୀ ପାତ୍ର ମ୍ୟାନେଜରଙ୍କୁ ସାକ୍ଷାତ କରିଥିଲେ ମାତ୍ର ମ୍ୟାନେଜର ରିହାତି ଅଫର ଦେବାକୁ ମନା କରିଦେଇଥିବାବେଳେ କୁର୍ତ୍ତାରେ ଲାଗିଥିବା ଡିସପ୍ଲେ ବୋର୍ଡଟି ଭୁଲରେ ଲାଗିଥିବା କହିଥିଲେ।ସେହିପରି ଟଙ୍କା ମଧ୍ୟ ଫେରସ୍ତ କରିବାକୁ ମନା କରିଦେଇଥିଲେ।ଯାହାଫଳରେ ଅଭିଯୋଗ କାରୀ ପାତ୍ର ନିରାଶ ହୋଇ ଖାଉଟି ଅଦାଳତର ଦ୍ବାରସ୍ଥ ହୋଇଥିଲେ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS