'କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧୁସିତ ଅଞ୍ଚଳ ଥୂଆମୁଳ-ରାମପୁର ବ୍ଲକରେ ନୌକାଚାଳନା ଓ ତୀରଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ଲୋକ ମହୋତ୍ସବ ଘୁମୁରା-୨୦୨୫ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରର କେନ୍ଦୁଗୁଡା ଠାରେ ସ୍ଵମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଶତାଧିକ ଆଦିବାସୀ ଅଂଶ ଗ୍ରହଣ କରିଥିଲେ । କଳାହାଣ୍ଡି ଉତ୍ସବ ଘୁମୁରାର ପରମ୍ପରା ଟିକେ ଭିନ୍ନ । ଏହି ଉତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଥାଏ । ସେ ମଧ୍ୟରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନ୍ୟତମ । ବୁଡି ଅଞ୍ଚଳରୁ ପ୍ରତିଯୋଗୀ ସହ ଦେଖଣାହାରୀ ମଧ୍ୟ ଛୁଟି ଆସିଥିଲେ । ଆଉ ସବୁବେଳେ ସ୍ତବ୍ଧ ହୋଇ ରହୁଥିବା ଏ ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା ।ପ୍ରତିଯୋଗିତାକୁ ନେଇ ସ୍ଥାନୀୟ ଆଦିବାସୀଙ୍କ ଭିତରେ ବେଶ ଉତ୍ସାହ ଦେଖାଦେଇଥିବା ବେଳେ ଜିଲ୍ଲାର ସଂସ୍କ୍ରୁତି ଓ ପରମ୍ପରାକୁ ଉଦଜୀବିତ କରିବା ତଥା ପଛୁଆ ବୁଡି ଅଞ୍ଚଳବାସୀଙ୍କୁ ସଚେତନ କରେଇବା ହିଁ ଲୋକ ମହୋତ୍ସବ ଘୁମୁରାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS