Posted By: ଖଗେଶ୍ବର ସିଂହ ଙ୍କ ରିପୋର୍ଟ
'"ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା "
ରାୟଗଡ:-ତା. ୪/୦୧- ଭାରତ ସରକାରଙ୍କ ନୀତି ଆୟୋଗଙ୍କ ଯୁଗ୍ମ ସଚିବଙ୍କ ଶ୍ରୀ କେ. ଏଚ. ରେଜିମୋଲ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଆଜି ମୁନିଗୁଡା ବ୍ଲକ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଶକଟାକୁ ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ବେଳେ ଗ୍ରାମ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଛତୁଆ କେନ୍ଦ୍ର ଓ ପରିମଳ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହିତ ଗ୍ରାମବାସୀ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ l ଗ୍ରlମବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେଏହି ଗ୍ରାମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଗତ ତା ୧୫/୧୨/୨୪ରିଖରେ ଦିନ ଭଗବାନ ବିର୍ଷା ମୁଣ୍ଡl ଜୟନ୍ତୀ ଅବସରରେ ଘୋଷଣା କରିଥିଲେ l ମାନ୍ୟବର ସଚିବ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ନୀତି ଆୟୋଗର ଆର୍ଥିକ ସହଯୋଗରେ ଅଧିକରୁ ଅଧିକ ଉନ୍ନତି ହୋଇପାରିବ ବୋଲି କହିଥିଲେ l ଏହାପରେ ସ୍ଥାନୀୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଥିଲେ lଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣଦୀପ କୌର ସାହାଟେ, ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାୟ,ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ରାୟଗଡ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ତତ୍ତ୍ୱମୋସୀ ମହାପାତ୍ର,କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗ୍ରାମୀୟ ଜଳାଯୋଗାଣ ସଂସ୍ଥା, ରାୟଗଡ, ଟାଟାପାୱର, ଜିଲ୍ଲା ଯୋଗାଣ ଅଧିକାରୀ, ଦାଶରଥି ସୋରେନ,ବିଡ଼ିଓ ମୁନୁଗୁଡା,କୃଷ୍ଣ ଚନ୍ଦ୍ର ଦଳପତି,ତହସିଲଦାର ମୁନିଗୁଡା,ଏମ ଅନୁରାଧା, ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡରୁକା, ସରପଞ୍ଚ ଓ ଅବ୍ୟାନ୍ୟ ଅଧିକାରୀ ଉପସ୍ଥିତି ଥିଲେ l'