ପୁରା ଖବର ବିଷୟରେ


ଜମିହରାଙ୍କୁ କେବେ ମିଳିବ ଅଧି ଗ୍ରହଣ ରାଶି,

Jan 4 2025 7:38PM
Posted By: ବ୍ୟୁରୋ ରିପୋର୍ଟ

'(ଜାତୀୟ ରାଜପଥ -63ର ବାଇପାସ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ ) କୋଟପାଡ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମାଣlଧୀନ ଏନ. ଏଚ-63 ବାଇପାସ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଲୁ ରହିଛି l ଯାହାକୁ ନେଇ ସର୍ବସାଧାରଣରେ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ଆଲୋଚନା ହେଉଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଢlମନାହାଣ୍ଡି ରାଜସ୍ୱ ଅଞ୍ଚଳର ଷୋହଳ ଜଣ ଜମିହରାଙ୍କୁ ସେମାନଙ୍କ କ୍ଷୟକ୍ଷତି ଅର୍ଥ ରାଶି ପାଇବାରୁ ଏ ଯାବତ୍ ବଞ୍ଚିତ l କୋରାପୁଟ ଜ଼ିଲ୍ଲା (କୋଟପାଡ଼)ତହସିଲ ଅନ୍ତର୍ଗତ ବାଟ ଧାରଗୁଡ଼ି ଠାରୁ ମିରିଗୁଡା ପର୍ଯ୍ୟନ୍ତ ପ୍ରାୟ ଚଉଦ କିଲୋମିଟରରୁ ଉର୍ଦ୍ଧ ଦୂର ହେବ ଜମି ଅଧିଗ୍ରହଣ କାର୍ଯ୍ୟ ଏତି ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ସରିଛି। ଯେଉଁ ରୟତ ମାନଙ୍କ ଜମି ଅଧିଗ୍ରହଣ କରାଯାଇଛି ସେମାନଙ୍କ କ୍ଷୟକ୍ଷତି ବାବତରେ ଆର୍ଥିକ ସାହାର୍ଯ୍ୟ କରାଯାଇ ଥିବାବେଳେ ଢlମନାହାଣ୍ଡି ରାଜସ୍ବ ଅଞ୍ଚଳ ଅନ୍ତର୍ଗତ ମୀଲବେଡା ନାମକ ଅଞ୍ଚଳରୁ ଅଧିଗ୍ରହଣ କରାଯାଇଥିବା ଷୋହଳ ଜଣ ଜମିହରାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ଟଙ୍କା ମିଳିପାରିନାହିଁ l ଏ ବିଷୟରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଫାଇଲ ହଜିଯାଇଥିବା କହି ପ୍ରଶାସନିକ ସ୍ତରରେ ଘୋର ଅବହେଳା କରାଯାଇଥିବା ଏବଂ ଆର୍ଥିକ ସାହାର୍ଯ୍ୟ ପାଇ ନ ଥିବାରୁ ଜମିହରାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଯଦି ଫାଇଲ ହଜିଯାଇଛି, ଜମି ହରାଙ୍କୁ କିଭଳି ଭାବେ ପ୍ରାପ୍ତି ସ୍ୱୀକାର ପାଇଁ ତା 24/06/2024 ରିଖରେ ଜାତୀୟ ରାଜପଥ -63-ଭୁ -ଅର୍ଜନ ଅଧିକାରୀଙ୍କ କୋଟପାଡ଼ କାର୍ଯ୍ୟାଳୟକୁ ହାଜିର ହେବାକୁ ନୋଟିସ କରାଯାଇଥିଲା ଏହାକୁ ନେଇ ଏକ ବିରାଟ ପ୍ରଶ୍ନସୃଷ୍ଟି ହେଉଛି l ବର୍ତ୍ତମାନ ଜମିହରାମାନେ କହିଛନ୍ତି ଯେଉଁଦିନ ପର୍ଯ୍ୟନ୍ତ ସେମାନଙ୍କ କ୍ଷୟକ୍ଷତି ରାଶି ମିଳି ନ ଥିବା ପର୍ଜନ୍ତ, ଜମିଉପରେ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିବାକୁ ପଛାଇବେ ନାହିଁ ବୋଲି ମତ ବ୍ୟକ୍ତ କରିଛନ୍ତି l ଅପର ପକ୍ଷରେ ବର୍ତ୍ତମାନ କୋଟପାଡ଼ ତହସିଲଦାର ତଥା କ୍ଷମତାପ୍ରାପ୍ତ ଭୁ -ଅର୍ଜନ ଅଧିକାରୀଙ୍କ ସହିତ ଯୋଗାଯୋଗ ବେଳେ କହିଛନ୍ତି ଯେ ଏହାର ପ୍ରକ୍ରିୟା ଜାରି ରହିଛି ଏବଂ ସେମାନେ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ କ୍ଷୟକ୍ଷତି ଅର୍ଥରାଶି ତୁରନ୍ତ ପାଇଯିବେ। ଏ ଯାବତ୍ ଜାତୀୟ ରାଜପଥ ଯନ୍ତ୍ରୀଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇପାରନାହିଁ l'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS