'ଆସନ୍ତା ୧୫ ତାରିଖ ପରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ ୧୫କୁ ବଢ଼ିଛି । ହିତାଧିକାରୀଙ୍କ ଜମି ୫ ଏକର ଅଛି କି ନାହିଁ ତାହାର ସର୍ଭେ ଜାନୁଆରୀ ୧୫ରେ ଶେଷ ହେବ । ଅନ୍ୟପକ୍ଷରେ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ। ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ। ତା'ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ୨ଟି କିସ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।'
© 2021 Today News 24 Odisha. All rights reserved | Developed by : SRADHA WEBCREATIONS