ପୁରା ଖବର ବିଷୟରେ


ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଙ୍କ ପଦଯାତ୍ରା , ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରେ ଭୋଟରସ ଙ୍କ ସ୍ୱାଗତ ଓ ସମ୍ବର୍ଦ୍ଧନା

Apr 27 2024 4:46PM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ସିଙ୍ଗା ବ୍ଳକ ର ବାଲସି ଗ୍ରାମ ପଞ୍ଚାୟତ ରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ପ୍ରବଳ ଗ୍ରୀଷ୍ମପ୍ରବାହ ରେ ପଦଯାତ୍ରା କରି ଭୋଟ ଭିକ୍ଷା ଶନିବାର କରିଥିଲେ।ବାଲସି ଗ୍ରାମ ପଞ୍ଚାୟତ ର କୋକୋଡ଼ମାଲ ଗ୍ରାମ ରୁ ପଦଯାତ୍ରା ଆରମ୍ଭ କରି ମଶାଣିବନ୍ଧ ଗ୍ରାମ ଦେଇ ବାଲସି ଗ୍ରାମ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଏକ ସଭା ର ଆୟୋଜନ କରାଯାଇଥିଲା।ଏହି ସଭା ରେ ବିଧାୟକ ପ୍ରାର୍ଥୀନୀ ଲଳିତା ନାଏକ ଉପସ୍ଥିତ ଜନସାଧାରଣ ଙ୍କୁ ଅନୁରୋଧ କରି ଶଙ୍ଖ ଚିହ୍ନ ରେ ଭୋଟ ଦେଇ ଜିତାଇବା ପାଇଁ ଅନୁରୋଧ କରିଥିଲେ।ଏଥିରେ ପୂର୍ବତନ ସରପଞ୍ଚ ଠାକୁର ସାହୁ, ଦୁଇ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ,ପୂର୍ବତନ ସରପଞ୍ଚ ଗୋପାଳ ସାହୁ, ବିରଞ୍ଚି ସାହୁ,ଡିସେମ୍ବର ସାହୁ ଙ୍କ ସମେତ ବହୁ ବିଜେଡି ଦଳ ର କର୍ମୀମାନେ ଯୋଗଦେଇଥିଲେ। ବାଲସି ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ପୁଣି ପଦଯାତ୍ରା ଆରମ୍ଭ କରାଯାଇ ବାଲସି ଉପର ପଡା ରେ ଶେଷ ହୋଇଥିଲା। ମହିଳା ଭୋଟରସ ମାନେ ଲଳିତା ନାଏକ ଙ୍କୁ କଳସ ସ୍ଥାପନ କରି ଦୀପ ଧୂପ ପ୍ରଜ୍ବଳନ କରିପୁଷ୍ପମାଳା ଦେଇ ସ୍ୱାଗତ କରିଥିଲେ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS