ପୁରା ଖବର ବିଷୟରେ


ଭବାନୀପାଟଣା ଲଘୁ ଖଣିଜ ସମ୍ପଦ ବିଭାଗ ରେ କର୍ମଚାରୀ ଅଭାବରୁ ଖଣିଜ ସମ୍ପଦ ଲୁଟ।

Apr 27 2024 4:41PM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'କଳାହାଣ୍ଡି ଜିଲ୍ଲାରରେ ଭରିରହିଛି ବହୁତ୍ ପ୍ରକାର ଖଣିଜ ସମ୍ପଦ। ଖଣିଜନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ସଦମହକୁମାରେ ଭବାନୀପାଟଣା ଠାରେଏକ କାର୍ଯ୍ୟଳୟ ଖୋଲାଯାଇଛି। କର୍ମଚାରୀଙ୍କ ଅଭାବ ଯୋଗୁଁ ଜମି ମାଫିଆ, ବାଲି ମାଫିଆ, ପଥର ମାଫିଆ ମନେ କାମ ମୂଲ୍ୟ ର ଖଜଣା ପୈଠ କରି କୋଟି କୋଟି ଟଙ୍କା ର ରାଜସ୍ବ ହାନି କରୁଛନ୍ତି। ଖଣିଜ ସମ୍ପଦ ବିଭାଗର ପାଇଁ ଥିବା ଯାଞ୍ଚ ବାହାନର ଖର୍ଚ୍ଚ ବହୁତ୍ ମୂଲ୍ୟ ନିର୍ଦ୍ଧାରଣ ଥିବାରୁ କଳାହାଣ୍ଡି ଜିଲ୍ଲା ସମସ୍ତ ଅଞ୍ଚଳ କୁ ଗ୍ରସ୍ତ ସମ୍ଭବ ହେଉନାହିଁ। ଯାହା ଫଳରେ ମାଫିଆ ମାନଙ୍କ ଦୌରମ୍ମ ବଢ଼ି ଯାଇଛି। ଦୀନ ଦିପହରେ ଜମି ଦଳାଲ ମାନେ ହାଏୱେ ମାଧ୍ୟମ ରେଖାଲ ଜମିରେ ମାଟି ମୋରମ ବିଛାଇ ଜମୀ ସମତଳ କରି କୋଟି କୋଟି ଟଙ୍କାର ମାଲିକ ସାଜି ବିଭାଗ ଅଧିକାରୀ ମାନଙ୍କୁ ଧମକ ଦେବା ମଧ୍ୟ ନଜରକୁ ଆସିଛି। ଏହି କିଛିଦିନ ପୂର୍ବରୁ କଳାହାଣ୍ଡି ତହସିଲ ଅନ୍ତର୍ଗତ ଭବାନୀପାଟଣା ବ୍ଲକ ଡକା ବହାଲି ଗ୍ରାମର ଖାତା ନମ୍ୱର ୧୬୪ ପ୍ଲଟ ନମ୍ୱର ୨୯୮ରୁ ସଂରକ୍ଷିତ ଜଙ୍ଗଲ ଜମି ରୁ ଗଛ କାଟି ମାଟି ନେଇ ଥିବା ବେଳେ ଏହା ନିକଟରେ ଥିବା ପ୍ଲଟ ନମ୍ୱର୨୩୧ ଖାତା ନମ୍ବର ୮ ର ଆର୍ଟ ମାମୁଲି ଆପୁଛା ରାଉତ ସ୍ବାମୀ ତ୍ରିନାଥ ରାଉତ ଙ୍କ ସ୍ଥାନ ରୁ ମଧ୍ୟ ମାଟି ନେ଼ଇ ଗଭୀର ଗର୍ତ୍ତ କରିଥିବାରୁ ଜୀବଜନ୍ତୁ ଗର୍ତ୍ତ ରେ ଖସିପଡ଼ି ଆଘାତ ହେଉଛିନ୍ତି। ଦେଖିବାକୁ ରହିଲା ଏହାର କିଭଳି ପଦକ୍ଷେପ ନେଉଛନ୍ତି ଖଣିଜନିର୍ଦ୍ଦେଶାଳୟ ବିଭାଗ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS