ପୁରା ଖବର ବିଷୟରେ


ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ପ୍ରଶାସନ ।

Apr 27 2024 7:50AM
Posted By: ଖଗେଶ୍ବର ସିଂହ ଙ୍କ ରିପୋର୍ଟ

'ଗୁଣପୁର ତା:୨୬-୦୪-୨୦୨୪ରିଖ ଦିନ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ, ଗୁଣପୁର କିରନଦୀପ କୌରଙ୍କ ତତ୍ୱାବୋଧାନରେ ଗୁଣପୁର ସହରର ଦୁଇ ଶତାୟୁ ମତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗୁଣମଞ୍ଜରୀ ବେବର୍ତ୍ତା (୧୦୭) ଓ ଗୌରଚନ୍ଦ୍ର ପାଢ଼ୀ(୧୦୪)ଙ୍କ ଘରକୁ ଡେପୁଟି କଲେକ୍ଟର ମଧୁସୂଦନ ମାଝୀ, ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡି ପ୍ରମୁଖ ଯାଇ ସମ୍ବର୍ଦ୍ଧିତ କରିଥିଲେ । ପୋୖର କାର୍ଯ୍ୟାଳୟର ତାପସ ପଟ୍ଟନାୟକ, ରଶ୍ମିରଂଜନ ଚୌଧୁରୀ ମାନପତ୍ର ତିଆରି କରିଥିଲେ । ସମ୍ବର୍ଦ୍ଧିତ ସମ୍ବରର ଗୁଣମଞ୍ଜରୀଙ୍କ ପୁତ୍ର ବିଶିଷ୍ଟ କୃଷିବିତ କୃଷ୍ଣ ଚନ୍ଦ୍ର ବେବର୍ତ୍ତା ଓ ଗୌରଚନ୍ଦ୍ରଙ୍କ ପୁତ୍ର ପ୍ରଦୀପ ପାଢ଼ୀ(ନୁନୁ ପାଢ଼ୀ) ଉପସ୍ଥିତ ଥିଲେ ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS