ପୁରା ଖବର ବିଷୟରେ


କାଶୀପୁର ଥାନା ପକ୍ଷରୁ ଆଜି ୬ ଟି ଗ୍ରାମପଞ୍ଚାୟତ ର ୨୪ ଗୋଟି ବୁଥ ଅଞ୍ଚଳରେ ପ୍ଲାଗ ମାର୍ଚ୍ଚ ଅନୁଷ୍ଠିତ

Apr 27 2024 7:47AM
Posted By: ସତ୍ୟନାରାୟଣ ସାହୁଙ୍କ ରିପୋର୍ଟ

'ରାୟଗଡା ଜିଲ୍ଲା କାଶୀପୁର ଥାନା ପକ୍ଷରୁ ଆଜି ୬ଟି ଗ୍ରାମପଞ୍ଚାୟତ ସଦର ମହକୁମାର ସମେତ ୨୪ଟି ସମ୍ବେଦନଶୀଳ ବୁଥରେ ରୋଡ଼ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତହୋଇଥିବା ଦେଖିବାକୁ ମିଳିଛି । କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ଙ୍କର ନେତୃତ୍ୱ ରେ ହେଇଥିବା ଏହି ଫ୍ଲାଗ ମାର୍ଚ୍ଚ ରେ ଥାନା ର ସବ ଇନ୍ସପେକ୍ଟର, ଏଏସଆଇ , ହାବିଲଦାର ,କନଷ୍ଟେବଳ ସମେତ ଶତାଧିକ ସି ଆର ପିଏଫ ଯବାନ ଫ୍ଲାଗ ମାର୍ଚ୍ଚ ରେ ସାମିଲ ଥିବା ଦେଖିବାକୁ ମିଳିଥିଲା । ଭୌଗଳିକ ଦୃଷ୍ଟି ରୁ କାଶୀପୁର ଥାନା ଅଞ୍ଚଳ ପାହାଡ ପର୍ବତ ସମେତ ଜଙ୍ଗଲ ରେ ବେଷ୍ଟିତ ପୁଣି ଏଠାରେ ଥିବା ଅନେକ ଭୋଟ କେନ୍ଦ୍ର ସମ୍ବେଦନଶୀଳ ରହିଥିବା ଦୃଷ୍ଟାନ୍ତ ରହିଛି ।ସେହିପରି କାଶୀପୁର ଥାନା ଅଞ୍ଚଳ ଆୟତନ ରେ ମଧ୍ୟ ଅଧିକ ରହିଥିବା ବେଳେ ନିର୍ବାଚନ ପରିଚାଳନା ପୋଲିସ ପାଇଁ ତଳ ଦିନରେ ଏକ ଚାଲେଞ୍ଜ ଭାବେ ପରିଗଣିତ ହେଇଯାଇଛି । ଏଣୁ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏଭଳି ଫ୍ଲାଗ ମାର୍ଚ୍ଚ ନିର୍ବାଚନ ପର୍ଯ୍ୟନ୍ତ ଜାରୀରଖିବା ପ୍ରକାଶ ପାଇଥିବାବେଳେ ଆଜିର ଏହି କାର୍ଯ୍ୟକ୍ରମ ଥାନା ଅଞ୍ଚଳ ଅଡାଜୋର , ସିନ୍ଦୁର ଘାଟି , ସୁଙ୍ଗେର , ମୁନୁଷ ଗାଁ , ଚନ୍ଦ୍ରଗିରି ,ତଳ ଝିରି ଭଳି ୬ ଟି ପ୍ରମୁଖ ଗ୍ରାମପଞ୍ଚାୟତ ର ୨୪ ଟି ବୁଥ ରେ ଫ୍ଲଗମାର୍ଚ୍ଚ ଅନୁଷ୍ଠିତ ହେଇଯାଇଥିବା ଜଣାପଡିଛି ।ଏଭଳି ଫ୍ଲଗମାର୍ଚ୍ଚ ଏହି ଥାନା ପକ୍ଷରୁ ଚତୁର୍ଥ ଥର ପାଇଁ କରାଯାଇଥିବା ସୂଚନା ମିଳିଛି। ଆଜି ର ଏହି କାର୍ଯ୍ୟକ୍ରମ ରେ ଶତାଧିକ ସିଆରପିଏଫ ଯବାନ ସମେତ ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ସବ ଇନ୍ସପେକ୍ଟର ବିକାଶ ପଟେଲ, ଏଏସଆଇ ଧନୁର୍ଜୟ ଦଳେଇ, ରୁଦ୍ରଦେଵ ନାଏକ , ଏଏସଆଇ ସମ ଦତ୍ତ ପ୍ରଧାନ ,କନେଷ୍ଟବଳ ଗୋପୀନାଥ କାଡ୍ରାକା ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS