ପୁରା ଖବର ବିଷୟରେ


ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରତି ବଢ଼ୁଛି ଲୋକଙ୍କ ଆଶା ଓ ବିଶ୍ୱାସ

Apr 25 2024 2:20PM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ସାଧାରଣ ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେଡି ପ୍ରତି ଲୋକଙ୍କ ଆଶା ଓ ବିଶ୍ଵାସ ସେତେ ବଢୁଛି। ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। କଳାହାଣ୍ଡି ଜିଲା ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଜୋରସୋରରେ ପ୍ରଚାର ପ୍ରସାର ଚାଲିଥିବାର ଜଣା ପଡ଼ିଛି।ଗାଁ ଗାଁରେ ବିଜେଡି ର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବାର ଦେଖିବାକୁ ମିଳୁଛି। ବିଜେଡି ରେ ଅନ୍ୟ ଦଳ ର ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ଆଦର୍ଶ ଓ ନୀତି ରେ ଅନୁପ୍ରାଣିତ ହୋଇ ସାମିଲ ମଧ୍ୟ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ଵାସ ଅତୁଟ ରହିଛି । ରାଜ୍ୟର ସବୁଠାରୁ ଏହି ନିର୍ବାଚନ ମଣ୍ଡଳୀ ରେ କୃଷି, ଶିଳ୍ପ, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖୁଛନ୍ତି । ରୂପାନ୍ତରଣ ପଥରେ ଗାଁ ରେ ଥିବା ସ୍କୁଲ, କଲେଜ, ସ୍ବାସ୍ଥ୍ୟ କେନ୍ଦ୍ର,ଆଦିର ରୂପାନ୍ତରିତ କରାଯାଇଛି।ଲୋକଙ୍କ ସୁବିଧା ଅସୁବିଧା କୁ ରାଜ୍ୟ ସରକାର ପୁରଣ କରି ଚାଲିଛି। ଯେଉଁଠି ପାଇଁ ଲୋକମାନେ ବାରମ୍ବାର ଓଡ଼ି ଶାବାସୀ ବିଜେଡିକୁ ଆଶୀର୍ବାଦ କରୁଛନ୍ତି ଓ କରିବେ ବୋଲି କେସିଙ୍ଗା ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ଲୋକପ୍ରିୟ ଯୋଜନା ସାଙ୍ଗକୁ ଜନ ମଙ୍ଗଳକାରୀ କାର୍ଯ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେସିଙ୍ଗା ବ୍ଳକ ର ୧୭ଟି ଗ୍ରାମ ପଞ୍ଚାୟତ ଏହି ନିର୍ବାଚନ ମଣ୍ଡଳୀ ରେ ସାମିଲ ରହିଛି।ଲୋକଙ୍କ ସୁବିଧା ପାଇ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମରେ ପାନୀୟଜଳ, ରାସ୍ତା ଘାଟ,ବିଦ୍ୟୁତ ସଂଯୋଗ,ବୁଢ଼ାବୁଢ଼ୀ, ବିକଳାଙ୍ଗ ପାଇଁ ବାର୍ଦ୍ଧକ୍ୟ ଭର୍ତ୍ତା,ରାସନ କାର୍ଡ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସହ ବାସ ହୀନ ମାନଙ୍କୁ ବାସ ଗୃହରେ ଅନ୍ତର୍ଭୁକ୍ତ କରି ବହୁ ଲୋକେ ଉପକୃତ ହେଉଥିବାରୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ ଏହି ନିର୍ବାଚନ ମଣ୍ଡଳୀ ର ଲଳିତା ନାଏକ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେଇ ବିଜୟୀ କରିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି। ସୁବିଧା ସୁଯୋଗ ଯୋଗାଇବା ସହ ବିକାଶ ପଥରେ ଓଡ଼ିଶାକୁ ଆଗେଇ ନେବାରେ ଅଗ୍ରସର ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିର୍ବାଚନ ନୁହେଁ ସବୁବେଳେ ସବୁ ସମୟରେ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ସାଥୀ ହେଉଛି। ଓଡ଼ିଶା ଲୋକଙ୍କ ବଳ ବିଜୁ ଜନତା ଦଳ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ହିତକର ଯୋଜନାକରୁ ଥିବାରୁ ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ଏହି ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ିରୁ ଲଳିତା ନାଏକ ,ଭାଜପାରୁ ବିଧାୟକ ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ରୁ ସାଗର ଚରଣ ଦାଶ୍ ଙ୍କ ମଧ୍ୟ ରେ ଲଢେ଼ଇ ହେବ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS