ପୁରା ଖବର ବିଷୟରେ


ଧାମନଗର ରେ ବିଧାୟକ ପ୍ରାର୍ଥୀ ଡା.ସଞ୍ଜୟ କୁମାର ଦାସଙ୍କ ଲୋକପ୍ରିୟତା ବଢୁଛି

Apr 22 2024 7:48PM
Posted By: ବ୍ୟୁରୋ ରିପୋର୍ଟ

'ଧାମନଗର : ଆଗାମୀ ୨୦୨୪ ନିର୍ବାଚନ ପାଇଁ ଧାମନଗର ନିର୍ବାଚନ ମଣ୍ଡଳୀରେ ନୂତନ ଚେହେରା ତଥା ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ କୁମାର ଦାସଙ୍କ ଦିନକୁ ଦିନ ଲୋକପ୍ରିୟତା ବ୍ଲକ ଓ ଏନ ଏ ସି ରେ ବଢ଼ିବାରେ ଲାଗିଛି। ପ୍ରକାଶ ଥାଉକି ବର୍ଷକ ପୂର୍ବରୁ ଡାକ୍ତର ଚାକିରୀରୁ (ଭିଆରଏସ୍) ନେଇ ଲୋକଙ୍କ ସ୍ୱାସ୍ଥ୍ୟ ସେବା କରିବା ଫଳରେ ଆଜି ଲୋକପ୍ରିୟତା ବଢିବା ସହିତ ଜଣେ ଭଲ ମଣିଷ ଓ ଭଲ ଲୋକ ବୋଲି ସାଧାରଣରେ ଆଲୋଚନା ହେଉଛି। ନିର୍ବାଚନ ପରିପ୍ରେକ୍ଷୀରେ ଧାମନଗର ଅନ୍ତର୍ଗତ ବୟାଙ୍ଗଡିହି,ଭଗବାନଫୁର,ରାଧାବଲ୍ଲଭପୁର,ଚୁଡାକୁଟି,ଦଇପୁର,ଦଳାଙ୍ଗ,ଅର୍ଜୁନପୁର,ସୋହୋଡା,ସାହସପୁର,ପାଳପସାହି,ଭଟ୍ଟସାହି,ହସନାବାଦ,ନଦିଗାଁ ଆଦି ବିଭିନ୍ନ ପଞ୍ଚାୟତି ସ୍ତରୀୟ କର୍ମୀ ବୈଠକ ଏବଂ ମିଶ୍ରଣ ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ବୈଠକ ଓ ମିଶ୍ରଣ ପର୍ବରେ ରାଜ୍ୟ ବିଜେଡି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ,ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଦୀର୍ଘ ଦିନର ଛାମୁଆ ନେତା ଓ କର୍ମୀ ମାନେ ବିଜେପି ଓ କଂଗ୍ରେସ ଦଳ ତ୍ୟାଗକରି ବିଦ୍ଧିବଦ୍ଧ ଭାବରେ ବିଜେଡି ଦଳରେ ସାମିଲ ହେଉଛନ୍ତି। ଧାମନଗର ବ୍ଲକ ସଭାପତି,ବିଧାୟକ ପ୍ରାର୍ଥୀ ଡାକ୍ତର ସଞ୍ଜୟ କୁମାର ଦାସ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ,ଉକ୍ତ ପଞ୍ଚାୟତ ମାନଙ୍କର ସଭାପତି ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ଦଳୀୟ ଉତ୍ତରିୟ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଆମ ଦଳରେ ସାମିଲ ହେବା ଦ୍ୱାରା ସାଂସଦ ପ୍ରାର୍ଥିନୀ ଓ ବିଧାୟକ ପ୍ରାର୍ଥୀ ଉଭୟ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରି ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS