ପୁରା ଖବର ବିଷୟରେ


କଂଗ୍ରେସ ଦଳର ପରିବର୍ଦ୍ଧିତ ଓ କାର୍ଯ୍ୟକାରୀ କମିଟି ବୈଠକ

Apr 22 2024 7:43PM
Posted By: ବ୍ୟୁରୋ ରିପୋର୍ଟ

'ଭଦ୍ରକ:- ଧାମନଗର ବ୍ଲକ ଅନ୍ତର୍ଗତ ବୟାଙ୍ଗଡିହି ପଞ୍ଚାୟତ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵରେ କଂଗ୍ରେସ ଦଳର ପରିବର୍ଦ୍ଧିତ ଓ କାର୍ଯ୍ୟକାରୀ କମିଟି ବୈଠକରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବ୍ୟାପକ ଆଲୋଚନା କରାଯାଇଛି। ଏହି ବୈଠକରେ ବିଧାୟକ ପ୍ରାର୍ଥୀ ରଞ୍ଜନ କୁମାର ବେହେରା ଯୋଗ ଦେଇଥିବା ବେଳେ ପିସିସି ସଦସ୍ୟ ନାରାୟଣ ଚନ୍ଦ୍ର ପାଢି,କଂଗ୍ରେସ ନେତା ନରେନ୍ଦ୍ର କୁମାର ମଲ୍ଲିକ,ନଗର ସଭାପତି ମାନସ ରଞ୍ଜନ ମହାପାତ୍ର,ଯୁବ ସଭାପତି ଆଲୋକ କୁମର ସ୍ୱାଇଁ, ଅରବିନ୍ଦ ନାୟକ,ପରମାନନ୍ଦ ଶୟନ୍ତ୍, ସଞ୍ଜୟ କୁମାର ମିଶ୍ର,ରଘୁନାଥ ଦାସ,ରବୀନ୍ଦ୍ର କୁମାର ମଲ୍ଲିକ,ବିଷ୍ଣୁ ଚରଣ ନାୟକ,ପ୍ରଭାତ କୁମାର ପଣ୍ଡା,ଅଜିତ୍ କମାର ପଣ୍ଡା,ସୁଧାଂଶୁ ଶେଖର ନାୟକ, ଶ୍ରୀକାନ୍ତ କୁମାର ପଣ୍ଡା,ଅକ୍ଷୟ କୁମାର ପଲେଇ,ସନ୍ତୋଷ କୁମାର ହୋତା, ସେକ ଜୋନେଦ ଅହେମ୍ମଦ,ପଞ୍ଚାନନ ସାହୁଙ୍କ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ସମ୍ପର୍କରେ ଆଲୋଚନା କରିବା ସହିତ ବ୍ଲକ କଂଗ୍ରେସ ତରଫରୁ ଯୁବ ବିଧାୟକ ପ୍ରାର୍ଥୀ ରଞ୍ଜନ କୁମାର ବେହେରାଙ୍କୁ ଉତ୍ତରିୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ସ୍ୱାଗତ କରାଯାଇଥିଲା।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS