ପୁରା ଖବର ବିଷୟରେ


୪୦୭ମିନିଟ୍ରକ ରେମହୁଲ ଫୁଲ ଚୋରା ଚାଲାଣ ବେଳ ଏସ ଏସ ଟି ଟିମ୍ ଦ୍ଵାରା ଜବତ।

Apr 22 2024 8:02AM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'କେସିଙ୍ଗା :- ସାଧାରଣ ନିର୍ବାଚନ କୁ ଆଗରେ ଥିବାରୁ ଏକ୍ସସାଇଜ ବିଭାଗ ତରଫରୁ ନିଶା କାରବାର ରୋକିବା ପାଇଁ ବିଭିନ୍ନ ଦଳ ଗଠନ କରି ଦିନରାତି ଚଢ଼ାଉ କରିଆସୁଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ରବିବାର ଦିନ ଏକ୪୦୭ (OD08J 9305 ନମ୍ୱର) ୪୦୭ ମିନିଟ୍ରକ ମଦନପୂର୍ ରାମପୁର ପଟୁ ଆସୁଥିବା ବେଳେ ଅମାଠଛକ ଠାରେ ଅଟକାଇ ଯାଞ୍ଚ ସମୟରେ ମିନିଟ୍ରକ ରୁ ୩୫ କ୍ୱେଣ୍ଟାଲ ମହୁଲ ଫୁଲ ଥିବା ଜଣା ପଡିଥିଲା। ଏହା ପରେ ଏହି ମିନିଟ୍ରକ କୁଜବତ କରିବା ସହ ମଦନପୁର ରାମପୁର ଥାନା ଅନ୍ତରଗତ ଗୌଡକେଲ ଗ୍ରାମର ମୁକୁନ୍ଦ ମାଝୀ (୪୦) ଙ୍କୁ ଧରି କେସିଙ୍ଗା ଅବକାରୀ ବିଭାଗ ର କେଶ ନମ୍ୱର PR.No ୧୨/୨୪-୨୫ ଅବକାରୀ ନିୟମ ୨୦୦୮ଅନୁସାରେ କେଶ ରୁଜୁ କରିଛନ୍ତି। ଏହି ଚଢ଼ାଉ ସମୟରେ ଶ୍ରା ବିଶ୍ୱଜିତ୍ ଆରୁଖ, କେସିଙ୍ଗା ଅବକାରୀ ଅଧିକ୍ଷକ, ଶ୍ରୀ ଦୁଲେଶ୍ୱର୍ ପ୍ରଧାନ, କନେଷ୍ଟବଳ , ମିସ୍ କୀର୍ତ୍ତି ଜେନା ଲେଡି କନେଷ୍ଟବଳ ଉପସ୍ଥିତ ଥିଲେ ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS