ପୁରା ଖବର ବିଷୟରେ


କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଟିତ

Apr 22 2024 6:13AM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ଭବାନୀପାଟଣା:ନର୍ଲା ର ଧାନ ମଣ୍ଡି ଠାରେ କଳାହାଣ୍ଡି ଜିଲ୍ଲା ର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ସଭାରେ ଏ ଆଇ ସି ସି ସମ୍ପାଦକ ସାହାନାଜ ଚୌଧରୀ,ଏ ଆଇ ସି ସି ଓଡିଶା ପର୍ଯ୍ୟବେକ୍ଷକ ମିନାକ୍ଷୀ ନଟରାଜନ, ରାଜ୍ଯ ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ, ସାଂସଦ ପାର୍ଥି ଦ୍ରୌପଦୀ ମାଝା, ଲାଞ୍ଜିଗଡ଼ ବିଧାନସଭା ବିଧାୟକ ପାର୍ଥି ବଳଭଦ୍ର ମାଝୀ ସମେତ ବିଜେଡି ରୁ ଆସିଥିବା ଚିତ୍ତରଞ୍ଜନ ମଣ୍ଡଳ ପ୍ରମୂଖ ବକ୍ତବ୍ୟ ରଖିଥିଲେ। ଚିତ୍ତରଞ୍ଜନ ମଣ୍ଡଳ ଓ ବଳଭଦ୍ର ମାଝୀଙ୍କ ନେତ୍ରୁତ୍ଵରେ, ରିଷିଡା, କର୍ଲାମୁଣ୍ଡା, ମଦନ ପୁର ରାମପୁର ଆଦି ଅଞ୍ଚଳ ର ବିଜେଡି ଓ ବିଜେପି ର ନେତୃବୃନ୍ଦ ମାନେ କଂଗ୍ରେସ ରେ ଯୋଗଦାନ କରିଥିଲେ। ଏହି ମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରାଯାଇ ଦଳରେ ଭକ୍ତ ଦାସ ସାମିଲ କରିଥିଲେ। ଚିତରଞ୍ଜନ ମଣ୍ଡଳ କହିଲେ ନେତା ସ୍ରୁଷ୍ଟି କରିବାର କାରଖାନା ହେଉଛନ୍ତି ଭକ୍ତ ଚରଣ ଦାସ ପ୍ରଚାର କମିଟି ଅଧ୍ୟକ୍ଷ ତଥା ନର୍ଲା ବିଧାୟକ ପାର୍ଥି ଶ୍ରୀ ଦାସ କହିଥିଲେ ମୋଦୀଙ୍କ ମିଥ୍ୟା ଗ୍ୟାରେଣ୍ଟି କୁ ଭୁଲି କଂଗ୍ରେସ ର ବାସ୍ତବ ଗ୍ୟାରେଣ୍ଟି କୁ ବିଶ୍ଵାସ କରି କଂଗ୍ରେସ କୁ ବିପୁଳ ଭୋଟ ଦେବାକୁ ନିବେଦନ କହିଥିଲେ। କଳାହାଣ୍ଡି ର ସମସ୍ତ ବିଧାୟକ ଓ ସାଂସଦ ଜିତିବା ସୁନିଶ୍ଚିତ. ରାଜ୍ୟରେ 30 ଗୋଟି କଂଗ୍ରେସ ସଦସ୍ୟ ଆସିଲେ ବି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS