ପୁରା ଖବର ବିଷୟରେ


କେସିଙ୍ଗା ରେ ବିଜେଡି ର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଙ୍କ ମେଗା ରୋଡ ସୋ ସହିତ ବିଶାଳ ବାଇକ୍ ରାଲି

Apr 20 2024 9:33PM
Posted By: ମନୋଜ ସିଂହ ଙ୍କ ରିପୋର୍ଟ

'ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ଠାରେ ଆଜି ବିଜେଡି ପକ୍ଷ ରୁ ଏକ ବିଶାଳ ବାଇକ୍ ରେଲୀ ଓ ଶୋଭା ଯାତ୍ରା ଶନିବାର ଦିନ କରାଯାଇ ଥିଲା। ବାଇକ୍ ରେଲୀ କରି ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏହି ବାଇକ୍ ରେଲୀ ବିରୋଧୀ ଶିବିର ର ହୃଦ୍ ସ୍ପନ୍ଦନ ବଢାଇ ଦେଇଥିବା ଚର୍ଚ୍ଚା ହେଉଛି । କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଏବଂ ସଦର ବିଧାନସଭା ବିଧାୟକ ପ୍ରାର୍ଥୀନୀ ଲଳିତା ନାଏକ ପ୍ରଥମେ କେସିଙ୍ଗା ସ୍ଥିତ ମା ଅମ୍ବାଜୀ ଙ୍କ ମନ୍ଦିର ରୁ ମାଁ ଙ୍କ ଆଶୀର୍ବାଦ ଭିକ୍ଷା କରିବା ପରେ ରେଲୀ ଦ୍ଵାରା ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିଥିଲେ। ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର କେସିଙ୍ଗା ରେ ପହଞ୍ଚିବା ପରେ ଦୁହିଁଙ୍କୁ ସହସ୍ର ଧିକକର୍ମୀ ଦଳୀୟ କର୍ମୀ ଓ ଜନସାଧାରଣ ସ୍ଵାଗତ କରିଥିଲେ। ବିଜେଡି ର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଦ୍ୟୟ ସମର୍ଥକ ମାନଙ୍କ ସହିତ ବାଇକ୍ ରେଲୀ ଯୋଗେ ଦେଇ ସହର ପରିକ୍ରମା କରିଥିଲେ। ଜୟ ନବୀନ ଓ ଜୟ ବିଜେଡି ନାରା ରେ ସହର କମ୍ପି ଉଠିଥିଲା। କଳାହାଣ୍ଡି ସାଂସଦ ପ୍ରାର୍ଥୀ ଓ ବିଧାୟିକା ପ୍ରାର୍ଥୀ ମାନଙ୍କ ସହିତ ଭବାନୀପାଟଣା ମୁନ୍ସିପାଲ୍ଟୀ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ଆମ ଓଡ଼ିଶା ନବୀନ ଓଡ଼ିଶା ର ଜିଲ୍ଲା ସଂଯୋଜକ ବଦ୍ରି ନାରାୟଣ ପଟ୍ଟନାୟକ, କେସିଙ୍ଗା ଏନ୍ ଏ ସି ଅଧ୍ୟକ୍ଷ ନୃପ ରାଜ ଯାଦବ, ନଗର ସଭାପତି ରମେଶ ପଟ୍ଟନାୟକ,ଯୁବ ନେତା ଶିଲୁ ପରିଡ଼ା , ରଞ୍ଜନ ବେହେରା ,ଙ୍କ ସମେତ ଅନେକ ଦଳୀୟ କର୍ମୀ ଏହି ବାଇକ୍ ରେଲୀ ରେ ଯୋଗ ଦେଇଥିଲେ । ଏହି ରେଳୀ କୁ ନେଇ ବିଜେଡି କର୍ମୀ ଙ୍କ ମଧ୍ୟ ଏକ ପ୍ରକାର ରାଜନୈତିକ ଉତ୍ସାହ ଦେଖିବାକୁ ମିଳି ଥିଲା ବେଳେ ଏହା ବିଜେଡି ପ୍ରାର୍ଥୀ ମାନଙ୍କ ପ୍ରଥମ ପ୍ରଚାର କାର୍ଯ୍ୟକ୍ରମ ଥିଲା । ବିରୋଧୀ ଦଳ ରେଲି ଦେଖି ଛାନିଆ ବୋଲି ଶୁଣିବାକୁ ମିଳିଥିଲା।ଶେଷ ରେ ସ୍ଥାନୀୟ ବୋରିଙ୍ଗ ପଦର ଠାରେ ଏକ ସଂକଳ୍ପ ସମାବେଶ ର ଆୟୋଜନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୂଖ୍ୟମନ୍ତ୍ରୀ କରିବା ପାଇଁ ସଂକଳ୍ପ ନିଆଯାଇଥିଲା। କେସିଙ୍ଗା ସହର ର ବିଭିନ୍ନ ଛକ ମାନଙ୍କରେ ଦୁଇ ପ୍ରାର୍ଥୀ ଙ୍କୁ ମହିଳା ମାନେ ପୁଷ୍ପ ମାଲ୍ୟ ଦେଇ ସ୍ଵାଗତ କରିଥିଲେ ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS