ପୁରା ଖବର ବିଷୟରେ


ଓମନି ଭେନ ସହିତ ବିଦେଶୀ ମଦ ଜବତ l

Apr 20 2024 9:17PM
Posted By: ବ୍ୟୁରୋ ରିପୋର୍ଟ

'କୋଟପାଡ଼ ଅବକାରୀ ଦଳ ଦ୍ୱାରା ଗୋଟିଏ ଓମନି ଭେନ ଏବଂ ବିଦେଶୀ ମଦ ଜବତ କରାଯାଇଛି l ବିଶେଷ ସୂତ୍ରରୁ ଖବର ପାଇ କୋଟପାଡ଼ ଅବକାରୀ ବିଭୀଗୀୟ ଅଧିକାରୀ, କୋଟପାଡ଼ ପୋଲିସ ଦଳ ସହଯୋଗରେ ଆଜି କୋଟପାଡ଼ ଥାନା ଅନ୍ତର୍ଗତ ବତାଶନା ନିକଟରେ ଏକ ଓମନି ଭେନ ନମ୍ବର (ଓଡି-10-E-6377)ଗାଡ଼ିରୁ ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ବିୟର 173.400 ବି ଏଲ, ୱାଇନ 10.500 ବି ଏଲ, ଆଇ. ଏମ. ଏଫ. ଏଲ 37.260 ବି ଏଲ ଜବତ କରିଛି I ଏହା ସହିତ ଦୁଇ ଜଣ ମଦ ମାଫିଆ ମନୋଜ ସାହୁ ବୟସ 44 ବର୍ଷ ଏବଂ ଅନ୍ୟ ଜଣେ ମୁକେଶ ପ୍ରସାଦ 28 ବର୍ଷ ବିହାର ନିବାସୀଙ୍କୁ ଗିରଫ କରିବା ପରେ କେଶ. ନମ୍ବର.11/2024-25 କେଶ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା କୋଟପାଡ଼ ଅବକାରୀ ସବ- ଇନ୍ସ୍ପେକଟର ତେଜସ୍ୱିନୀ ପ୍ରଧାନ ସୂଚନା ଦେଇଛନ୍ତି l ଚଢ଼ାଉ ସମୟରେ ବିଭୀଗୀୟ କର୍ମଚାରୀଙ୍କ ସହିତ କୋଟପାଡ଼ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ l'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS