ପୁରା ଖବର ବିଷୟରେ


କାଶୀପୁର ବ୍ଲକ ବିଜେଡି କର୍ମୀସମ୍ମିଳନୀ.

Apr 19 2024 9:40PM
Posted By: ସତ୍ୟନାରାୟଣ ସାହୁଙ୍କ ରିପୋର୍ଟ

'ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ହେଲିଫିଲଡ଼ ଠାରେ ଆଜି ବିଜେଡି ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଅତୁନ ସବ୍ୟସାଚୀ ଯୋଗ ଦେଇଥିବା ବେଳେ ଦଳ ର ଜିଲ୍ଲାସଭାପତି ଏନ ଭାସ୍କର ରାଓ , ବରିଷ୍ଟ ନେତା କୃଷ୍ଣ ଚନ୍ଦ୍ର ମହାପାତ୍ର, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଓ ବର୍ତ୍ତମାନ ସାଂସଦ ଓ ବିଧାୟକ ମଧ୍ୟରୁ ଅନୁସାୟା ମାଝି ଓ କୌଶଲ୍ୟା ହିକକା ପ୍ରମୁଖ ମଞ୍ଚସିନ ଥିଲେ । କାର୍ଯ୍ୟକ୍ରମ ରେ ବ୍ଲକ ଅନ୍ତର୍ଗତ ୨୪ ଗ୍ରାମପଞ୍ଚାୟତ ର ପ୍ରାୟ ୫ ହଜାର କର୍ମୀ ଉପସ୍ଥିତ ଥିଲେ । ଅତିଥିମାନେ ଆଗାମୀ ସାଧାରଣ ନିର୍ବାଚନରେ କର୍ମୀ ମାନଙ୍କ ମଧ୍ୟରେ ଥିବା ମତଭେଦ ଓ ଅସହଯୋଗ କୁ ଦୁରେଇବା କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଧେଶ୍ୟ ରହିଥିବାବେଳେ ନବୀନ ପଟ୍ଟନାୟକ ଙ୍କୁ ପୁନର୍ବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେଡି ଦଳ କୁ ଜିତେଇବାକୁ ଉପସ୍ଥିତ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଦିର୍ଘ ୨୫ବର୍ଷ ର ସୁଶାସନ ଓ ହେଇଥିବା ବିକାଶ ମୂଳକ କାର୍ଯ୍ୟ କୁ ଜନସାଧାରଣ ଙ୍କର ନିକଟରେ ପହଞ୍ଚାଇବାକୁ ଅନିରୋ କରିଥିବା ଦେଖିବା କୁ ମିଳିଥିଲା । କାର୍ଯ୍ୟକ୍ରମ ରେ ଅନ୍ୟ ନେତୃବୃନ୍ଦ ମଧ୍ୟରୁ ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି ,ପୂର୍ବତନ ବିଧାୟକ ବିଭୀଷଣ ମାଝି , ଦଳ ର ରାଜ୍ୟ ସଚିବ ଜଗଦୀଶ ପାତ୍ର, ଅମିତ ନାୟକ , କୈଳାସ ନାଏକ ଓ ହରପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।'





© 2021 Today News 24 Odisha. All rights reserved | Developed by : SRADHA WEBCREATIONS